ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକା
ଭୁବନେଶ୍ୱର: ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକା । ବାପୁଜୀ ନଗର ନିକଟ ରେଳ ଧାରଣାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ଏକ ୱେବ୍ ଚ୍ୟାନେଲରେ କାମ କରୁଥିଲେ । ତେବେ ମହିଳାଜଣକ ଆତ୍ମହତ୍ୟା କରିବା ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓ ଏବେ ଭାଇରାଲ୍ ହେଉଛି । ମୃତ ସାମ୍ବାଦିକା ମଧୁମିତା ପରିଡ଼ା ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ମଧୁସ୍ମିତା ଏୟାରଫୋର୍ସରେ କାର୍ଯ୍ୟରତ ଶ୍ରୀଧର ଜେନାଙ୍କୁ ପ୍ରେମ ବିବାହ କରିଥିଲେ ।
ମାତ୍ର ପୂର୍ବରୁ ଶ୍ରୀଧର ବିବାହ କରିଥିବା ଜାଣିପାରିନଥିଲେ ସେ । ଫଳରେ ବିବାହ ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଧୋକା ଦେଇ ବିବାହ କରିବା ପରେ ମଧ୍ୟ ଶ୍ରୀଧର ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖିଥିବା ଜାଣିବାକୁ ପାଇଥିଲେ ମଧୁସ୍ମିତା । ଏନେଇ ଅନେକ ଥର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଶ୍ରୀଧର ତାଙ୍କୁ ମାଡ଼ ମାରିଥିବା କଥା ମଧ୍ୟ ଅଭିଯୋଗ କରିଛନ୍ତି ଘର ଲୋକେ ।

ହେଲେ ସବୁ ସବୁ ସୀମା ଟପିବାରୁ ମାଉସୀମା ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ ମଧୁସ୍ମିତା । ଆଉ ତଳେ ଚଳନ୍ତା ଟ୍ରେନ ଆଗରେ ଆସି ତାଙ୍କର ଜୀ ଜୀବନ ଚାଲିଯାଇଛି । ଖବର ପାଇ ଘଟଣା ସ୍ଥଳରେ ଜିଆରପି ଏବଂ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମହିଳାଜଣକ ଆତ୍ମହତ୍ୟା କରିବା ପୂର୍ବରୁ ସାମାଜିକ ଗଣମାଧ୍ୟମ 'ଇନଷ୍ଟାଗ୍ରାମ'ରେ ପୋଷ୍ଟ କରିଥିବା ଭିଡିଓ ଏବେ ଭାଇରାଲ୍ ହେଉଛି ।
ଭିଡିଓରେ ସେ କାନ୍ଦିକାନ୍ଦି କହୁଛନ୍ତି, ମା ଏବଂ ସମସ୍ତଙ୍କୁ କ୍ଷମା ମାଗୁଛି । ପାଞ୍ଚ ବର୍ଷ ପ୍ରେମ ସମ୍ପର୍କରେ ରହିଲା ପରେ ବିବାହ କରିଥିଲି । କିନ୍ତୁ ବିବାହ ପରେ ତାଙ୍କର ସ୍ୱାମୀ ତାଙ୍କୁ ଧୋକା ଦେଉଛନ୍ତି । ସେ ଅନ୍ୟ ଜଣଙ୍କ ସହ ସମ୍ପର୍କରେ ଅଛନ୍ତି । ସେ ମୋ ସାଙ୍ଗ ଏବଂ ତାଙ୍କର ସାଙ୍ଗ ସହିତ ରାତି ଗୋଟାଏ, ଦୁଇଟା ଯାଏ କଥା ହେଉଛନ୍ତି । ମୁଁ ଏସବୁ ଜାଣିଗଲି, ଯୋଉଟା ମୋର ସବୁଠୁ ବଡ଼ ଭୁଲ ।
ଏବେ ମତେ କହୁଛନ୍ତି ତୋ ସହ ମୁଁ ରହିପାରିବିନି । ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝିଲେନି । ଛୁଟିରେ ରହିଲେ ଆମର ଝଗଡା ହେଉଛି । କ୍ଷମା କରିଦେବ ମୋତେ, ମୁଁ ଆଉ ସହିପାରୁନି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications