ନାଳରେ ବାସନ ମାଜୁଥିଲେ ମହିଳା, ଟାଣି ନେଲା କୁମ୍ଭୀର
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି କୁମ୍ଭୀର ଆତଙ୍କ । ତାହା ପୁଣି ନଦୀରେ ନୁହେଁ ପୋଖରୀରେ । ବାସନ ମାଜୁଥିବା ଜଣେ ମହିଳାଙ୍କୁ ପୋଖରୀରେ ଟାଣି ନେଲା କୁମ୍ଭୀର । ଘଟଣା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡ଼ି ଗାଁର । ତେବେ ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପତ୍ତା ମିଳିଳି ।
ଚାନ୍ଦିବାଉଁସମୂଳ ପଞ୍ଚାୟତ ହାତିଆଗଡ଼ି ଗାଁର ବୈଲୋଚନ ଦାସ ରାଜ୍ୟ ବାହାକୁ ଦାଦନ ଖଟିବାକୁ ଯାଇଛନ୍ତି। ଘରେ ପତ୍ନୀ ସୀତା ଓ ପୁଅ ରୁହନ୍ତି । ଆଜି ସ୍କୁଲ ଖୋଲିଥିବା ନବମ ଶ୍ରେଣରେ ପଢ଼ୁଥିବା ପୁଅ ସ୍କୁଲ ଯାଇଥିଲେ । ଆଉ ଘରେ ଏକାକୀ ଥିଲେ ସୀତା । ମଧ୍ୟାହ୍ନ ଖାଇ କରି ଘର ପାଖ ଦେଇ ବୋହିଯାଇଥିବା ବ୍ରାହ୍ମଣୀର ଶାଖା ଚରଡ଼ିଆ ନାଳରେ ବାସନ କୁସନ୍ ମାଜୁଥିଲେ ସୀତା । ଠିକ୍ ସମୟରେ ଦଳ ଭିତରେ ଲୁଚି ରହିଥିବା କୁମ୍ଭୀର ତାଙ୍କୁ ଝାମ୍ପି ନେଇଥିଲା ।

ତେବେ ମହିଳାଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି ବନ ବିଭାଗ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଅଗ୍ନିଶମବାହିନୀ । ସେପଟେ ମାଆକୁ କୁମ୍ଭୀର ଟାଣି ନେଇଥିବା ଖବର ପାଇ ସ୍କୁଲରୁ ଆସି ବୁକୁ ଫଟାଇ କାନ୍ଦୁଛନ୍ତି ଏକମାତ୍ର ପୁଅ । ପୋଖରୀରେ କୁମ୍ଭୀର ଥିବା ଜଣାପଡ଼ିବା ପରେ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି । କୁମ୍ଭୀରଟି କେମିତି ପୋଖରୀକୁ ଆସିଲା ତାହା ସ୍ବଷ୍ଟ ହୋଇନାହିଁ ।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ପଟ୍ଟାମୁଣ୍ଡାଇ ନିମପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଜଣେ ବାଳକଙ୍କୁ ଟାଣି ନେଇଥିଲା । ସ୍ଥାନୀୟ ଲୋକେ ଖୋଜାଖୋଜି କରି ବାଳକର ମୃତଦେହ ଉଦ୍ଧାର କରିଥିଲେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications