ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ
ଅତାବିରା ବ୍ଲକ୍ ଅନ୍ତର୍ଗତ ଟୋପ ଗ୍ରାମର ଗଣନାଥ ମଲ୍ଲିକଙ୍କ ଧର୍ମପତ୍ନୀ ଯଶୋଦା ମଲ୍ଲିକ (୪୫)ଙ୍କ ବଜ୍ରାଘାତରେମୃତ୍ୟୁ ଘଟିଛି। ଘଟଣା ସୂତ୍ରରୁ ଜଣା ପଡ଼ିଛି ଯେ ଆଜି ସକାଳେ ଘରୁ ବାହାରି ନିଜ ପରିବାର ପେଟ ପାଟଣା ପାଇଁ ଅନ୍ୟର ବିଲକୁ ଧାନ କାଟିବା ପାଇଁ ଯଶୋଦା ଯାଇଥିଲେ। କିଛି ସମୟ ଧାନ କାଟିବା ପରେ ପ୍ରବଳ ବର୍ଷା ଯୋଗୁଁ ଘରକୁ ଚାଲି ଆସୁଥିଲେ ହେଲେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଛି।

ଗୁରୁବାର ସକାଳ ୧୧ ଘଣ୍ଟା ସମୟରେ ଘଟଣାଟି ଘଟିଛି। ଖବର ପାଇବା ମାତ୍ରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ୧୩ ବର୍ଷର ଗୋଟିଏ ପୁଅ ଓ ୯ ବର୍ଷର ଗୋଟିଏ ଝିଅକୁ ଛାଡି ଚାଲି ଯାଇଛନ୍ତି। ମୃତ ମହିଳାଙ୍କୁ ଅତାବିରା ଚିକିତ୍ସାଳୟକୁ ଅଣାଯାଇଥିଲା ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ।












Click it and Unblock the Notifications