ଘଟଗାଁ ତାରିଣୀ ମନ୍ଦିରରେ ଅଘଟଣ .ଦୀପରୁ ନିଆଁ ଲାଗି ମହିଳା ଗୁରୁତର

କେନ୍ଦୁଝର: ଦୀପ ନିଆଁରେ ଜଣେ ମହିଳା ଶ୍ରଦ୍ଧାଳୁ ଜଳି ଯାଇଛନ୍ତି। ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରରେ ଆଜି ଅପରାହ୍‌ଣରେ ଏହି ଅଘଟଣ ଘଟିଛି। ଗୁରୁତର ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ହେଲେ ମୀନାକ୍ଷୀ ବରାଳ। ଦୀପ ଷ୍ଟାଣ୍ଡରେ ଦୀପ ଜାଳୁଥିବା ବେଳେ ମହିଳାଙ୍କ ଶାଢୀରେ ନିଆଁ ଲାଗି ଯାଇଥିଲା । ନିଆଁ ଦେଖୁ ଦେଖୁ ଶରୀରରେ ବ୍ୟାପି ଯାଇଥିଲା। ଫଳରେ ମହିଳା ଜଣକ ଗୁଗୁରୁତର ହୋଇଛନ୍ତି।

ମହିଳାଙ୍କୁ ପ୍ରଥମେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ମହିଳା ଜଣକ ଢେଙ୍କାନାଳ ଜିଲା କୁରୁଣ୍ଟି ଗ୍ରାମର ବୋଲି ଜଣାପଡିଛି। ମା'ଙ୍କୁ ଦର୍ଶନ ପାଇଁ ଆସିଥିବା ବେଳେ ଏଭଳି ଘଟଣା ଘଟିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଏହ ପୂର୍ବରୁ ୪ଦିନ ପୂର୍ବରୁ ମଧ୍ୟ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ମା' ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଭୋଗ ଦୋକାନରେ ନିଆଁ ଲାଗିଥିଲା। ନିଆଁରେ ୧୦ରୁ ଅଧିକ ଭୋଗ ଲୋକ ଜଳିଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗତ ୧୦ ତାରିଖ ବିଳମ୍ବିତ ରାତିରେ ତାରିଣୀ ମନ୍ଦିର ୨ନମ୍ବର ଗେଟ ନିକଟରେ ଥିବା ଏକ ଭୋଗ ଦୋକାନରେ ନିଆଁ ଲାଗିଯାଇଥିଲା।

Maa Tarini temple

ପରେ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ନିଆଁଲାଗି ୧୦ରୁ ଅଧିକ ଦୋକାନ ପୋଡ଼ି ଯାଇଥିଲା। ସ୍ଥାନୀୟ ଲୋକେ ଦୋକାନରେ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+