କୋର୍ଟ ପରିସରରେ ଦେହରେ କିରୋସିନ୍ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
କୋର୍ଟ ପରିସରରେ ଆତ୍ମହତ୍ୟା ଉଦ୍ୟମ
ବ୍ରହ୍ମପୁର: କୋର୍ଟ ପରିସରରେ ଦେହରେ କିରୋସିନ୍ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଏଭଳି ଅଭାବନିୟ ଘଟଣା ଘଟିଛି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ପରିସର ଭିତରେ । କିରୋସିନ୍ ଢାଳିହେବା ବେଳେ ମହିଳାଙ୍କୁ ତୁରନ୍ତ କାବୁ କହିଥିଲେ ଉପସ୍ଥିତ ପୋଲିସ । ମହିଳା ଜଣକ ଗଞ୍ଜାମ ଜିଲ୍ଲା ରେଗିଡି଼ ଅଞ୍ଚଳର ବୋଲି ସୂଚନା ରହିଛି । ସେ ଏଭଳି ପଦକ୍ଷପ କାହିଁକି ନେଉଥିଲେ ତାହାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ।

ସୂଚନା ଅନୁସାରେ, ଆଜି ହଠାକ୍ ମହିଳା ଜଣକ କୋର୍ଟ ଭିତରକୁ ଚାଳିଆସିଥିଲେ ଏବଂ ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ଉପସ୍ଥିତ ପୋଲିସ ତାଙ୍କୁ ତୁକନ୍ତ କାବୁ କରିନେଇଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଏଭଳି ପଦକ୍ଷପ କାହିଁକି ନେଉଥିଲେ ତାହାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାଥାଉ ଯେ, ଚଳିବ ବର୍ଷ ନଭେମ୍ବର ୨୮ ତାରିଖରେ ବ୍ରହ୍ମପୁର କୋର୍ଟ ରୁମ ଭିତରେ ଜଣେ ବ୍ୟକ୍ତି ବିଚାରପତିଙ୍କୁ ଛୁରୀ ଦେଖାଇ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲେ । ଶୁଣାଣି ଚାଲିଥିବା ବେଳେ ଏଭଳି ଆଶ୍ଚର୍ଯ୍ୟ କଲାପରି ଘଟଣା ଦେଖିବା ପାଇଁ ମିଳିଥିଲା । ଅଭିଯୁକ୍ତ ଭଗବାନ ସାହୁକୁ ଗିରଫ କରିଥିଲା ପୋଲିସ ।












Click it and Unblock the Notifications