ଅଙ୍ଗ ତସ୍କରୀ ପାଇଁ ଶିଶୁ ଚୋରି! ଜଣେ ମହିଳା ଅଟକ
Odisha News: ଭୁବନେଶ୍ୱରରୁ ଅପହୃତ ଶିଶୁ ବାଲେଶ୍ୱରରୁ ଉଦ୍ଧାର କରାଯାଇଛି । ଝନ୍ତାପଡ଼ାରୁ ଶିଶୁଟିକୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ । ଶନିବାର ଦିନ ରାମ ମନ୍ଦିର ସାମ୍ନାରୁ ଜଣେ ଦୃଷ୍ଟିବାଧିତ ମା'କୋଳରୁ ଦେଢ ବର୍ଷର ଶିଶୁ ପୁତ୍ରକୁ ଅପହରଣ କରି ନେଇଥିଲେ ଜଣେ ଅଜଣ ବ୍ୟକ୍ତି । ସିସିଟିଭିରେ ଅପହରଣକାରୀ ଶିଶୁଟିକୁ ଧରି ଭୁବନେଶ୍ୱର ରେଳଷ୍ଟେସନ ଭିତରକୁ ଯାଉଥିବା ଦେଖିବା ପାଇଁ ମିଳିଥିଲା । ଯାହା ପରେ ଶିଶୁଟିକୁ ଉଦ୍ଧାର କରିବା ପାଇଁ ୫ଟି ଟିମ୍ ଗଠନ କରିଥିଲା କମିଶନରେଟ୍ ପୋଲିସ । ଶେଷରେ ବାଲେଶ୍ୱରରୁ ଶିଶୁଟିକୁ ଉଦ୍ଧା କରାଯାଇଥିଲା ।

ଛୁଆ ରଖିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି । ପଚରାଉଚରା ପରେ ସାଂଘାତିକ ସତ ସାମ୍ନାକୁ ଆସିଛି । ଅଟକ ଥିବା ମହିଳାଙ୍କ ଛୁଆ କିଡନୀ ରୋଗରେ ଆକ୍ରାନ୍ତ ଅଛି । ତେବେ ନିଜ ଛୁଆ ଦେହରେ କିଡନୀ ଲଗାଇବା ପାଇଁ ଆଉ ଏକ ଛୁଆର ଜୀବନକୁ ବାଜି ଲଗାଇବା ପାଇଁ ସୁପାରି ଦେଇଥିଲେ ମହିଳା । ନିଜ ଛୁଆର କିଡନୀ ଖରାପ ଥିଲା, ତେଣୁ ନିଜ ପିଲାକୁ ବଞ୍ଚାଇବାକୁ ଯାଇ ଶିଶୁ ଚୋରି ପାଇଁ ସୁପାରି ଦେଇଥିଲା ମହିଳା ଜଣକ ।












Click it and Unblock the Notifications