ଥମୁନି 'ଆତ୍ମାହୁତି' ଉଦ୍ୟମ : ବିଧାନସଭା ବାହାରେ କିରୋସିନି ଢାଳି ହେଲେ ମା'-ପୁଅ
ମା-ପୁଅ କିରୋସିନି ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରିଛନ୍ତି ।
ଭୁବନେଶ୍ୱର : ଗୋଟିଏ ପଟେ ବିଧାନସଭା ଭିତରେ ପରୀ ମୃତ୍ୟୁକୁ ନେଇ ତାତି ଲାଗି ରହିଥିବାବେଳେ ବିଧାନସଭା ବାହାରେ 'ଆତ୍ମାହୁତି' ଉଦ୍ୟମ ଘଟଣା ମଧ୍ୟ ଥମୁ ନାହିଁ । ପୁଲିସର କଡ଼ା ସୁରକ୍ଷାବଳୟକୁ ଚ୍ୟାଲେଞ୍ଜ କରି ଲୋକ କରୁଛନ୍ତି ଆତ୍ମାହୁତିର ଉଦ୍ୟମ । ଆଜି ମଧ୍ୟ ସମାନ ଭାବରେ ମା-ପୁଅ କିରୋସିନି ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । ବିଧାନସଭା ବାହାର ଇଡକଲ୍ ରାସ୍ତାରେ କୁଜଙ୍ଗ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପୁଅ କିରୋସିନି ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରିଥିଲେ । ତେବେ ପୁଲିସ ସେମାନଙ୍କୁ ଆତ୍ମାହୁତି ଉଦ୍ୟମ ବେଳେ କାବୁ କରି ନେଇଛି । ଆତ୍ମାହୁତି ଉଦ୍ୟମ କରିଥିବା ମା'-ପୁଅ ସୁଲୋଚନା ଦାସ ଓ ସୁବ୍ରତ ଦାସ ବୋଲି ଜଣାପଡିଛି ।

ତେବେ ବର୍ଷେ ତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏଜାବତ୍ ପୁଅର ହତ୍ୟାକାରୀକୁ ଧରା ଯାଇନଥିବା ମା'-ପୁଅ ଅଭିଯୋଗ କରିଛନ୍ତି । ନ୍ୟାୟ ପାଇବାରୁ ବଞ୍ଚିତ ହେବାରୁ ସେମାନେ କିରୋସିନି ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଠାରେ ସୂଚନାଥାଉକି, ଗତକାଲି ମଧ୍ୟ ଆଠଗଡ଼ ଅଞ୍ଚଳର ତିନି ଜଣା ଚାଷୀ ଆତ୍ମାହୁତି ଉଦ୍ୟମ କରିଥିଲେ । ସେମାନଙ୍କ ପୂର୍ବରୁ ପରୀର ବାପା-ମା ମଧ୍ୟ ନ୍ୟାୟ ଦାବିରେ ବିଧାନସଭା ବାହାରେ ଆତ୍ମାହୁତି ଉଦ୍ୟମ କରିଥିଲେ ।












Click it and Unblock the Notifications