ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର
ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର । ରୋଷେୟା ଲଳିତ ସାହୁ ମୃତ୍ୟୁର ମୁଖ୍ୟ ସାକ୍ଷୀ ମନୁ ପ୍ରସାଦ ଦୁର୍ଘଟଣାରେ ଗୁରୁତର । ତାଙ୍କୁ ଝାରସୁଗୁଡ଼ା ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ବେଲପାହାଡ଼ ପୌର ପରିଷଦ ପାଖରେ ସକାଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ମନୁ । ବାଇକ୍ରେ ଯିବା ବେଳେ ଏକ ବୋଲେରୋ ସହ ମୁହାଁମୁହିଁ ଧକ୍କାରେ ଗୁରୁତର ହୋଇଛନ୍ତି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ ।

ସେପଟେ ନବ ଦାସ ମୃତ୍ୟୁ ମାମଲାରେ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଗତକାଲି ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ଯାଞ୍ଚ ଓ ପଚରାଉଚରା କରି ଷଡ଼ଯନ୍ତ୍ରର ସୁରାଗ ଖୋଜୁଛି ତଦନ୍ତକାରୀ ସଂସ୍ଥା । ସମୟ ଗଡୁଛି ଉତ୍କଣ୍ଠା ବଢୁଛି, ଏହାରି ଭିତରେ ତଦନ୍ତର ଦିଗ କୁଆଡେ ଯିବ ? ଆଗକୁ କାହା କାହକୁ କ୍ରାଇମବ୍ରାଞ୍ଚ ଜେରା କରିବ ? ତା ଉପରେ ସମସ୍ତଙ୍କ ନଜର ରହିଛି ।
ଝାରସୁଗୁଡ଼ାରେ ଘାଣ୍ଟୁଛି କ୍ରାଇମ୍ବ୍ରାଞ୍ଚ୍ ଟିମ୍ । ଝାରସୁଗୁଡ଼ା ବିମାନ ବନ୍ଦର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାନ୍ଭିନ୍ କରିଛନ୍ତି ଅଧିକାରୀ । ବିମାନ ବନ୍ଦରରେ ଘଟଣା ଦିନ ଉପସ୍ଥିତ ଥିବା କର୍ମଚାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିଛି କର୍ମଚାରୀଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ସଂସ୍ଥା ।












Click it and Unblock the Notifications