ଦରକାର ନାହିଁ କୋଭିଡ ନେଗେଟିଭ ରିପୋର୍ଟ, ୨୧ରୁ ବିନା ରିପୋର୍ଟରେ ଜଗା ଦର୍ଶନ
ଜାନୁଆରୀ ୨୧ରୁ ଶ୍ରୀମନ୍ଦିରରେ ବିନା କୋଭିଡ଼ ରିପୋର୍ଟରେ ଦର୍ଶନ କରିପାରିବେ ଭକ୍ତ। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ଆଉ ଆବଶ୍ୟକ ନାହିଁ କୋଭିଡ ନେଗେଟିଭ ରିପୋର୍ଟ । ବିନା କୋଭିଡ ରିପୋର୍ଟରେ ଏଣିକି ଜଗା ଦର୍ଶନ କରିବେ ଭକ୍ତ । ଜାନୁଆରୀ ୨୧ରୁ ଶ୍ରୀମନ୍ଦିରରେ ବିନା କୋଭିଡ଼ ରିପୋର୍ଟରେ ଦର୍ଶନ କରିପାରିବେ ଭକ୍ତ। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ପ୍ରତିଦିନ ୩୦ ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ୩୦ ହଜାରରୁ ଊର୍ଦ୍ଧ୍ୱ ହେଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସକାଳ ୭ଟା ରୁ ସର୍ବସାଧାରଣ ଦର୍ଶନ ଜାରି ରହିବ ।
ଶ୍ରଦ୍ଧାଳୁଙ୍କୁ କେବଳ ସିଂହଦ୍ୱାର ବ୍ୟାରିକେଡ଼ ଦେଇ ଭିତରକୁ ଛଡ଼ାଯିବ। ଥର୍ମାଲ ସ୍କ୍ରିନିଂ କରାଯିବ; ମାସ୍କ, ସାନିଟାଇଜକୁ ଗୁରୁତ୍ୱ ଦିଆଯିବ। ଶ୍ରୀମନ୍ଦିର ସାନିଟାଇଜ ପାଇଁ ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ।ବ୍ୟବସ୍ଥା ମୁତାବକ ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଜାରି ରହିବ। ତେବେ ସକାଳ ୬ରୁ ୭ଟା ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ।












Click it and Unblock the Notifications