ପୁଣି ଶୀତରେ ଥରିବ ସାରା ରାଜ୍ୟ
ଗରମରୁ ମିଳିବ ଆଶ୍ୱସ୍ତି । ଏବେ ଠାରୁ ଯେମିତି ଖରା ହେଇଛି ସମ୍ଭାଳିବା ଭାରି କଷ୍ଟ । କିନ୍ତୁ ଏବେ କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ଶୀତ ଲହରୀ ଅନୁଭୂତ ହେବା ସହ ପାରଦ ତଳମୁହାଁ ହୋଇଛି ।

ସମଗ୍ର ରାଜ୍ୟରେ ରାତିର ତାପମାତ୍ରା ସର୍ବନିମ୍ନ ହ୍ରାସ ପାଇଥିବା ବେଳେ ସୁନ୍ଦରଗଡ କିରେଇରେ ସର୍ବନିମ୍ନ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ା ୯.୧, ସୁନ୍ଦରଗଡ଼ରେ ୯.୨ ଏବଂ ରାଉରକେଲାରେ ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛିି। ଉପକୂଳ ଓଡିଶାରେ ମଧ୍ୟ ତାପମାତ୍ରା ଖସିଛି। ତେବେ ଆସନ୍ତା ୨୪ ଘଣ୍ଟା ଯାଏ ରାତିରେ ତାପମାତ୍ରାରେ ସେମିତି କିଛି ପରିବର୍ତ୍ତନ ହେବା ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ୧୨ ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି ।












Click it and Unblock the Notifications