ପୁଣି ୪ରୁ ରାଜ୍ୟରେ ବଢ଼ିବ ଶୀତ, ସତର୍କ କରାଇଲା ପାଣି ପାଗ ବିଭାଗ

ଆସନ୍ତା ୪ ତାରିଖରୁ ଥଣ୍ଡା ପୁଣି ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ଖସିଯିବ । ଏବେ ପାରଦ ଉପରମୁହାଁ ହେବା ଯୋଗୁ ଅନେକ ସ୍ଥାନରୁ ଥଣ୍ଡା କମିଯାଇଛି । କିନ୍ତୁ ୨ଦିନ ପରେ ଥଣ୍ଡା ପୁଣି ବଢ଼ିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୨ ଓ ୩ ତାରିଖ ରାତିରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୩ରୁ ୧୫ ଡିଗ୍ରୀ ଉପରେ ରହିବ । ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପାରଦ ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Winter

ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ସବୁଠୁ କମ୍ ବା ୧୧.୫ ଡିଗ୍ରୀ ଅନୁଭୂତ ହୋଇଛି। ଜି.ଉଦୟଗିରିରେ ୧୨.୪, ଝାରସୁଗୁଡ଼ାରେ ୧୩.୭, ବୌଦ୍ଧରେ ୧୩.୮, କେନ୍ଦୁଝର ଓ ଫୁଲବାଣୀରେ ୧୪, ରାଉରକେଲାରେ ୧୪.୫, ଢେଙ୍କାନାଳ ଓ ଅନୁଗୁଳରେ ୧୪.୬, ଝାରସୁଗୁଡ଼ାରେ ୧୩.୭, ଭଦ୍ରକରେ ୧୪, କଟକରେ ୧୫, ବଲାଙ୍ଗିରରେ ୧୫.୨, ସୁନ୍ଦରଗଡ଼ରେ ୧୫.୪, ନୂଆପଡ଼ା ଓ ନବରଙ୍ଗପୁରରେ ୧୫.୫ ଡିଗ୍ରୀ ରେକର୍ଡ ହୋଇଛି। ଫୁଲବାଣୀରେ ସ୍ୱାଭାବିକଠାରୁ ୩ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଟିଟିଲାଗଡ଼ରେ ସ୍ୱାଭାବିକଠାରୁ ୪.୨, ବଲାଙ୍ଗିରରେ ୨.୬, ସୁନ୍ଦରଗଡ଼ରେ ୨.୪ ଓ କେନ୍ଦୁଝରରେ ୧.୧ ଡିଗ୍ରୀ ଅଧିକ ରେକର୍ଡ ହୋଇଛି।

ମଙ୍ଗଳବାର ଓ ବୁଧବାର ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଏନେଇ ପାଣିପାଗ ବିଭାଗ ସତର୍କ କରାଇଛି । ମଙ୍ଗଳବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର କିଛି ସ୍ଥାନରେ ଘନ କୁହୁଡ଼ି ଦିଶିପାରେ। ବୁଧବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ସମେତ କୋରାପୁଟ ଓ ଅନୁଗୁଳର କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+