ରାଜ୍ୟରେ ବଦଳୁଛି ପାଗ: ନଭେମ୍ବର ୧୫ ତାରିଖରୁ ବଢିବ ଶୀତର ପ୍ରକୋପ
Odisha Weather: ରାଜ୍ୟରେ ବଦଳୁଛି ପାଗ । ନଭେମ୍ବର ୧୫ ତାରିଖ ପରଠୁ ଶୀତର ପ୍ରକୋପ ବଢିପାରେ । ରାତିର ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା, ମୟୁରଭଞ୍ଜ, କେନ୍ଦୁଝର ଏବଂ ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୩ ତାରିଖ ଦିନ ପାଗ ଶୁଖିଲା ରହିବ ।
ରାଜ୍ୟ ପାଇଁ ବର୍ଷା ପୂର୍ବାନୁମାନ ଏବଂ ଚେତାବନୀ |
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା, ମୟୁରଭଞ୍ଜ, କେନ୍ଦୁଝର ଏବଂ ତା. ୧୨/୧୧/୨୦୨୪ ରେ ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷା ର ସମ୍ଭାବନା |
ତା. ୧୩/୧୧/୨୦୨୪ ଏବଂ ଆଗାମୀ ଦିନରେ ପାଗ ମୁଖ୍ୟତଃ ଶୁଖିଲା ରହିବ |
— Meteorological Centre, Bhubaneswar (@mcbbsr) November 11, 2024
ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ରାତିରେ ଏବଂ ଭୋର୍ ସମୟରେ ଅଳ୍ପ ଶୀତ ଅନୁଭବ ହେଉଛି । ହେଲେ ଏପର୍ଯ୍ୟନ୍ତ ରାଜ୍ୟରେ ଶୀତର ଏଣ୍ଟ୍ରୀ ହୋଇ ନାହିଁ । ହେଲେ ଆଗକୁ ୧୫ ତାରିଖ ବେଳକୁ ଶୀତର ପ୍ରକୋପ ବଢିପାରେ ବୋଲି ସୂଚନା ରହିଛି । ଭୋରୁ ଭୋରୁ ପ୍ରବଳ ଶୀତ ହେଉଥିବା ଦେଖିବାକୁ ମିଳିଛି। ଆସନ୍ତା ୧୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣମା ପଡୁଛି। ତା'ପରଠାରୁ ଶୀତର ପ୍ରକୋପ ବଢ଼ିବ ଅନୁମାନ କରାଯାଉଛି।












Click it and Unblock the Notifications