ଚଳିତ ବର୍ଷ ଏଲ ନିନୋ ପ୍ରଭାବରେ ଅନୁଭୂତ ହେବ କମ ଶୀତ
ରାଜ୍ୟରେ ଦିନକୁ ଦିନ ଖସୁଛି ପାରଦ । ଧିରେ ଧିରେ ଶୀତ ବଢ଼ିଲାଣି । କିଛି ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ତେବେ ଚଳିତ ବର୍ଷ ଏଲ ନିନୋ ପ୍ରଭାବରେ ଶୀତ କମ ଅନୁଭୂତ ହେବ । ଭାରତୀୟ ପାଣିପାଗ ବିଭାଗ ଏ ନେଇ ପୂର୍ବାନୁମାନ କରିଛି । ସେହିପରି ନଭେମ୍ବରରେ ଉତ୍ତର ଭାରତ ଓ ମଧ୍ୟ ଭାରତର କିଛି ସ୍ଥାନକୁ ଛାଡି ଦେଶର ଅନ୍ୟ ସବୁ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା ।
ବର୍ତ୍ତମାନ ଭୂମଧ୍ୟରେଖା ନିକଟ ପ୍ରଶାନ୍ତ ମହାସାଗରରେ ମଧ୍ୟମ ଧରଣର 'ଏଲ ନିନୋ' ସ୍ଥିତି ରହିଛି । ଭାରତ ମହାସାଗରରେ ମଧ୍ୟ ସକାରାତ୍ମକ ଡାଇପୋଲ ସ୍ଥିତି ରହିଛି ।
ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରର ସାମୁଦ୍ରିକ ତାପମାତ୍ରା ଭାରତୀୟ ଜଳବାୟୁକୁ ବିଶେଷ ପ୍ରଭାବିତ କରିଥାଏ । ସେଥିପାଇଁ ତାପମାତ୍ରା ସ୍ୱାଭାବିକ ଠାରୁ ତାପମାତ୍ରା ଅଧିକ ରହିବ । ଏହି 'ଏଲ ନିନୋ' ସ୍ଥିତି ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭିନ୍ନ ମଡେଲ ଆକଳନ କରୁଛି । ସର୍ବାଧିକ ଓ ସର୍ବନିମ୍ନ ତାପାମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ।

ସକାଳୁ ବି ଚା' ଦୋକାନରେ ଟିକେ ଭିଡ ଦେଖିବାକୁ ମିଳୁଛି । ଆଉ ଚା' ଦୋକାନରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଜିଲ୍ଲାର ଅନେକ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ୫ ତାରିଖ ବେଳକୁ ରାତି ତାପମାତ୍ରା ଆହୁରି ଖସିବ ଓ ଶୀତ ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ କହିଛନ୍ତି ।












Click it and Unblock the Notifications