ରାଜ୍ୟରେ କମିବ ଶୀତ, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି

ରାଜ୍ୟରେ ଆସନ୍ତାକାଲିଠୁ ରାତି ତାପମାତ୍ରା ବଢିବା ସହିତ ଶୀତର ପ୍ରକୋପ କମିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ କମିବା ନେଇ ସମ୍ଭାବନା ରହିଛି ।

Winter

ଆସନ୍ତା ୨୨ ଏବଂ ୨୩ରେ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବାରୁ ରାତିରେ ବଢିବ ତାପମାତ୍ରା । ଆଉ ଗୁରୁଚାପ ବଳୟ ଯୋଗୁଁ ଘନକୁହୁଡି ସମ୍ଭାବନା ମଧ୍ୟ ରହିଛି ।

ଅନ୍ୟପଟେ ଏବେ ରାଜ୍ୟରେ ଶୀତ ପଡୁଥିବା ବେଳେ କିଛି କିଛି ସ୍ଥନରେ ଘନ କୁହୁଡି ଦେଖାଦେଉଛି । ଏଥିପାଇଁ ଆସନ୍ତା ୨୨ ଯାଏଁ ଘନ କୁହୁଡି ନେଇ ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କଟକ, କେନ୍ଦ୍ରାପଡା, କନ୍ଧମାଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ ଦିନ କଲବଲ କରିବ ଘନ କୁହୁଡି ସାଙ୍ଗକୁ ଶୀତ । ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । ଜିରୋ ଭିଜିବିଲିଟି ପରିସ୍ଥିତି ନେଇ ଘାଟି ଅଞ୍ଚଳରେ ଧିମା ଗତିରେ ଗାଡି ଚଳାଇବାକୁ ପରାମର୍ଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+