ଏଥର ବିଳମ୍ବରେ ଆସିବ ଶୀତ

ଏଥର ଶୀତ ଆସିବାରେ ବିଳମ୍ବ ହେବ । ଅକ୍ଟୋବର ଓ ନଭେମ୍ବର ମାସରେ ରାଜ୍ୟରେ ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ଅଧିକ ରହିବ । ଫଳରେ ଶୀତ ଆସିରେ ବିଳମ୍ବ ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ଭୁବନେଶ୍ୱର: ଏଥର ଶୀତ ଆସିବାରେ ବିଳମ୍ବ ହେବ । ଅକ୍ଟୋବର ଓ ନଭେମ୍ବର ମାସରେ ରାଜ୍ୟରେ ତାପମାତ୍ରା ଯେତିକି ରହିବା କଥା, ତା'ଠାରୁ ଅଧିକ ରହିବ । ଫଳରେ ଶୀତ ଆସିରେ ବିଳମ୍ବ ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

odisha weather update

ଅକ୍ଟୋବର ମାସରେ ଉପକୂଳ ଜିଲ୍ଲାରେ ବର୍ଷା ପରିଣାମ ଅଧିକ ରହିବ । ଉପକୂଳବର୍ତ୍ତୀ ଜିଲ୍ଲା ସଂଲଗ୍ନ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଉଭୟ ଅକ୍ଟୋବର ଓ ନଭେମ୍ବରରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ । ଅକ୍ଟୋବର ମାସର ଅଧିକ ବର୍ଷା ସଅଳ ଧାନ ଫସଲ ପାଇଁ ଅସୁବିଧା କରିପାରେ। ତେବେ ରବି ଅଣଧାନ ଫସଲ ପାଇଁ ପାଣିପାଗ ଅନୁକୂଳ ରହିବାର ସମ୍ଭାବନା ଅଧିକ ରହିଛି।

ସେପଟେ ଆସନ୍ତା ୧୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପଶ୍ଚିମବଙ୍ଗ ଉପକୂଳ ନିକଟବର୍ତୀ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଏହି ଘୂର୍ଣ୍ଣିବଳୟ ପ୍ରଭାବର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ. ଆର ବିଶ୍ବାସ କହିଛନ୍ତି।

ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଠାରୁ ୧୭ ତାରିଖ ଯାଏଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ ୧୮ରୁ ବର୍ଷା ପରିଣାମ ବଢ଼ିବ । ମୌସୁମୀ ଏବେ ଦୁର୍ବଳ ରହିଥିବାରୁ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+