ଶୀତରେ ଲାଗିବ ବ୍ରେକ, ବଢ଼ିବ ରାଜ୍ୟରେ ତାତି
ରାଜ୍ୟର ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଜିଲାଗୁଡିକରେ ସ୍ବାଭାବିକ ଶୀତ ପ୍ରକୋପ ଲାଗି ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡିକରୁ ଶୀତ ଉଭାନ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ପରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳସ୍ବରୂପ ଶୀତ ପ୍ରକୋପ ଆହୁରି କମିବ। ଅନ୍ୟପଟେ ମଙ୍ଗଳବାର ସକାଳୁ ରାଜଧାନୀକୁ ମାଡ଼ି ଆସିଥିଲା ଘନ କୁହୁଡ଼ି। ସ୍ବାଭାବିକ ପରିସ୍ଥିତି ଆସିଲା ବେଳକୁ ପୂର୍ବାହ୍ଣ ୧୧ଟା ବାଜିଥିଲା। କେବଳ ଭୁବନେଶ୍ବର ନୁହେଁ, ପାରାଦ୍ବୀପ, ଜଗତସିଂହପୁର, ଅନୁଗୋଳ, ଗୋପାଳପୁର ଏବଂ ଢେଙ୍କାନାଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ବୁଧବାର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ପଡ଼ିବା ସମ୍ଭାବନା ରହିଛି। ଏଥିସହିତ ବାଲେଶ୍ବର, ଭଦ୍ରକ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ରାୟଗଡ଼ା ଜିଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହୋଇପାରେ।












Click it and Unblock the Notifications