ରାଜ୍ୟରେ ଖସୁଛି ପାରଦ, ୩ରୁ ୪ ଡିଗ୍ରୀ କମିବ ରାତି ତାପମାତ୍ର : ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଓଡ଼ିଶାକୁ ଚଳିତ ବର୍ଷ ଶୀତ ବିଳମ୍ବରେ ଆସିବ ଏବଂ ଆଗୁଆ ଫେରିଯିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ସୋମବାର ପୂର୍ବାନୁମାନ କରିଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ-ଶୀତଳ ପବନ ପ୍ରବେଶ କରୁଥିବାରୁ କିଛି ସ୍ଥାନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ କମିଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଏବଂ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ତେବେ ଚଳିତ ବର୍ଷ ଶୀତ ବିଳମ୍ବରେ ଆସିବ ଓ ଆଗୁଆ ଶେଷ ହୋଇଯିବ, କିନ୍ତୁ ଏହି ସମୟ ମଧ୍ୟରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ଅଛି।

Winter will arrive late in Odisha this year and return early

ବିଳମ୍ବରେ ଆସି ଶୀଘ୍ର ଚାଲିଯିବ ଚଳିତବର୍ଷ ଶୀତ ।ଏଥର ରାଜ୍ୟରେ ଶୀତର ଅବଧି କମ୍ ରହିବ । ମଝିରେ ମଝିରେ ଅଧିକ ଶୀତ ହେବାର ସମ୍ଭାବନା ଥିଲେ ମଧ୍ୟ ରାଜ୍ୟରେ କିନ୍ତୁ ସ୍ୱଳ୍ପ ଶୀତ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ନଭେମ୍ବର ଆରମ୍ଭରୁ ହିଁ ଶୀତା ଗାଏବ ହୋଇଯାଇଥିବା ବେଳେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ସହ ଆଜିଠୁ ରାଜ୍ୟରେ ଅନୁଭୂତ ହେବ ଥଣ୍ଡା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ, ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,"ରାଜ୍ୟକୁ ଫେରୁଛି ଶୀତ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ବିଭିନ୍ନ ସ୍ଥାନରେ ଅନୁଭୂତ ହେବ ପ୍ରବଳ ଥଣ୍ଡା । ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଥଣ୍ଡା ବାୟୁ । ଏହାର ପ୍ରଭାବରୁ ୨ରୁ ୩ ଡିଗ୍ରୀ କମିବ ରାତ୍ରି ତପମାତ୍ରା । ଗତ ୨ ତାରିଖରୁ ସାରା ରାଜ୍ୟରେ କମିଛି ରାତ୍ରି ତାପମାତ୍ରା । ଏହାକୁ ନେଇ ଆଗକୁ ରାଜ୍ୟରେ ଶୀତ ଅନୁଭୂତ ହେବ । ୨ରୁ ୩ ଦିନ ମଧ୍ୟରେ ୩ରୁ ୪ ଡିଗ୍ରୀ କମିବ ରାତ୍ରି ତାପମାତ୍ର ।ଚଳିତବର୍ଷ ବିଳମ୍ବରେ ଆସି ଶୀଘ୍ର ଚାଲିଯିବ । ଶୀତର ଅବଧି କମ୍ ରହିବ। ଆଗାମୀ 7 ଦିନ ପାଇଁ ରାଜ୍ୟରେ କୌଣସି ୱାର୍ଣ୍ଣିଂ ନଥିବା ବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ ।"

ବାୟୁ ମଣ୍ଡଳରେ ଆଦ୍ରତା ଅଧିକ ରହୁଛି:

ଅକ୍ଟୋବରରୁ ନଭେମ୍ବର ବାତ୍ୟାର ମାସ ହୋଇଥିବା ବେଳେ ବିଭିନ୍ନ ପାଣିପାଗ ନିୟାମକକୁ ନେଇ ଆଦ୍ରତାର ମାତ୍ର ଅଧିକ ରହୁଛି । ଯେଉଁଥି ପାଇଁ ବର୍ତ୍ତମାନ ବି ଗୁଳୁଗୁଳି ଅନୁଭୂତ ହେଉଛି । ତେଣୁ ନିୟାମକ ଗୁଡିକର ପରିସମାପ୍ତି ସହ ଆଦ୍ରତାର ପରିମାଣ କମିଲେ ହିଁ ରାଜ୍ୟରେ ରାତିର ତାପମାତ୍ରା କମିବ ଆଉ ଶୀତ ଅନୁଭବ । ଏହାସହ ବାୟୁ ଚଳାଚଳ ଏକ ବଡ କାରକ ହୋଇଥିବା ବେଳେ ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରୁ ମଧ୍ୟ ବାୟୁ ଚଳାଚଳ ହୋଇନାହିଁ, ତେଣୁ ସାରା ରାଜ୍ୟରେ ଶୀତ ବିଳମ୍ବରେ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ଲଗାତାର ଲଘୁଚାପ ପ୍ରଭାବରେ ଶୀତ ବିଳମ୍ବରେ ଆସିବାକୁ ଥିବା ବେଳେ ଏଥର ଶୀତ କେବେ ଛୁଇଁବ ଓଡ଼ିଶାରେ ସେନେଇ ସ୍ପଷ୍ଟତା ଆସିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+