୧୭ ତାରିଖ ଯାଏଁ ଶୀତ
ରାଜ୍ୟର ପୁଣି ଲେଉଟିଛି ଶୀତ। ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ନିମ୍ନଗାମୀ ହୋଇ ଶୀତ ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ୱାନୁମାନ କରାଯାଇଛି। ଏଭଳିସ୍ଥିତିରେ ରାଜ୍ୟରେ ୧୭ ତାରିଖ ଯାଏଁ ଶୀତ ଜାରି ରହିବ। ହେଲେ ପଶ୍ଚିମାଝଡ଼ ପ୍ରଭାବରେ ୧୮ତାରିଖରୁ ତାପମାତ୍ରା ବୃଦ୍ଧି ଘଟି ଶୀତରେ ବ୍ରେକ୍ ଲାଗିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ଏପରିକି ମଙ୍ଗଳବାର ଏବଂ ବୁଧବାର ଝାରସୁଗୁଡ଼ା, ଅନୁଗୋଳ ଏବଂ ବୌଦ୍ଧ ଜିଲାକୁ ଥଣ୍ଡା ପାଇଁ ୟେଲୋ ଓ୍ୱାର୍ନିଂ ଦିଆଯାଇଥିବା ବେଳେ ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡା, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଏବଂ ଜଗତ୍ତ୍ସିଂହପୁର ଜିଲାକୁ ଆଲର୍ଟ ଜାରି କରାଯାଇଛି।












Click it and Unblock the Notifications