ରବିବାରଠାରୁ ରାଜ୍ୟରେ ପଡ଼ିବ ପହିଲି ଶୀତ: ଏସବୁ ଜିଲାରେ ଖସିବ ତାପମାତ୍ରା

ବାତ୍ୟାର ପ୍ରଭାବ କମିବା ପରେ ରାଜ୍ୟରେ ଉତ୍ତରା ପବନ ବହିବା ଆରମ୍ଭ ହୋଇଛି । ଫଳରେ ରବିବାରଠାରୁ ପହିଲି ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ନଭେମ୍ବର ୨ ତାରିଖ ଆଡ଼କୁ ସାରା ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ।

ଉତ୍ତର ଓଡ଼ିଶାର କନ୍ଧମାଳ (ବାଲିଗୁଡ଼ା, ଫୁଲବାଣୀ) ଓ ଗଜପତି (ଗଦାପୁର, ମୋହନା)ରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ତଳକୁ ଖସିପାରେ। ଝାରସୁଗୁଡ଼ା, ରାଉରକେଲା, ପାଲଲହଡ଼ା, ବାଦାମ ପାହାଡ଼ ଓ ବହଳଦାରେ ୧୫ରୁ ୧୭ ଡିଗ୍ରି। ବାଲିଗୁଡ଼ା, ଦାରିଙ୍ଗବାଡ଼ି, ଗଦାପୁର ଓ ମୋହନାରେ ୧୭ରୁ ୧୮ ଡିଗ୍ରି। ଏହା ଦିଲ୍ଲୀ, ଚଣ୍ଡିଗଡ଼ ଓ ଲୁଧିଆନାର ତାପମାତ୍ରା ସହ ସମାନ ରହିପାରେ ।

Winter to hit the state from Sunday

ତେବେ ରାଜଧାନୀ ଭୁବନେଶ୍ୱରରେ ରାତି ତାପମାତ୍ରା ନଭେମ୍ବର ୫ ସୁଦ୍ଧା ୨୦ ଡିଗ୍ରି ତଳକୁ ଖସିବ। ଏହାପରେ ନଭେମ୍ବର ୧ରୁ ଖୋର୍ଦ୍ଧା ଓ ଉତ୍ତର ଉପକୂଳ ଜିଲାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ୩୧ ତାରିଖରେ ମ୍ୟାମାର୍ ଉପକୂଳରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି, କିନ୍ତୁ ଉତ୍ତରା ପବନ ବଢ଼ିବାରୁ ଏହା ଘନିଭୂତ ହେବ ନାହିଁ। ୨ ତାରିଖ ଆଡ଼କୁ ସ୍ପଷ୍ଟ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+