ଶୀତଲହରି ତୃତୀୟ ସପ୍ତାହରୁ ବଢ଼ିବ: ୧୫ ଡିଗ୍ରି ତଳକୁ ଖସିଲା ଫୁଲବାଣୀ, ଦାରିଙ୍ଗବାଡ଼ି

ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିବ। ପରବର୍ତ୍ତୀ ୭ ଦିନ ଅର୍ଥାତ୍‌ ୧୪ରୁ ୨୦ ତାରିଖ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଥଣ୍ଡା ଅନୁଭୂତ ହେବ। ବାୟୁମଣ୍ଡଳରେ ଜଳୀୟବାଷ୍ପ ହ୍ରାସ ତଥା ପଶ୍ଚିମାଝଡ଼ ପ୍ରଭାବରେ ଉତ୍ତରପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାତି ତାପମାତ୍ରା ହ୍ରାସ ସହ ଆହୁରି ଥଣ୍ଡା ବଢ଼ିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

Winter storm to intensify from third week

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଶୁକ୍ରବାର ରାତିରୁ ରାଜ୍ୟରେ ପୁଣିଥରେ ଥଣ୍ଡା ବଢ଼ିବ। ରବିବାର ରାତି ସୁଦ୍ଧା ପାରଦ ସ୍ତର ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ରାଉରକେଲା, ତୁରୁମୁଙ୍ଗା, ବାଲିଗୁଡ଼ା, ଗଜାପୁର(ଗଜପତି)ରେ ତାପମାତ୍ରା ୧୨ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇପାରେ। ସମ୍ବଲପୁର, ଭବାନୀପାଟଣା, ଝାରସୁଗୁଡ଼ା, ମୋହନାରେ ତାପମାତ୍ରା ୧୪ ଡିଗ୍ରି, ଭୁବନେଶ୍ବରରେ ୧୮ ଡିଗ୍ରି ଓ ବାଲେଶ୍ବରରେ ୧୬ ଡିଗ୍ରି ରହିପାରେ। ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଥଣ୍ଡା ଜାରି ରହିବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦୁଇ ଦିନ ସର୍ବନିମ୍ନ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ୩ ଦିନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାରଦ ୨ରୁ ୩ ଡିଗ୍ରି ଖସିପାରେ। ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ପଡ଼ିଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି, ଦାରିଙ୍ଗବାଡ଼ିରେ ୧୫ ଡିଗ୍ରି, ଅନୁଗୁଳରେ ୧୬ ଡିଗ୍ରି, କୋରାପୁଟରେ ୧୬.୫ ଏବଂ ସୁନ୍ଦରଗଡ଼ରେ ୧୬.୬ ଡିଗ୍ରି ରେକର୍ଡ ହୋଇଛି।

ସୁଛି ପାରଦ । ଦିନକ ପରେ ରାଜ୍ୟରେ ବଢ଼ିବ ଶୀତ। ବିଶେଷକରି ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ତଳମୁହାଁ ହେଉଛି ପାରଦ । ରାଜ୍ୟକୁ ଉତ୍ତରା ବାୟୁ ପ୍ରବେଶ ସହ ଜଳୀୟବାଷ୍ପ ପରିମାଣ କମିଛି । ୯ ତାରିଖ ବେଳକୁ କିଛି ସ୍ଥାନରେ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ସର୍ବନିମ୍ନ ତାପମାତ୍ରା । ଟ୍ବିନସିଟିରେ ବି ଆଗାମୀ ୭୨ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ଛୁଇଁପାରେ ପାରଦ । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡିରେ ୧୫ ଡିଗ୍ରୀ ସେଲସିୟସ , ଭୁବନେଶ୍ଵରରେ ୧୮.୫ ଡିଗ୍ରୀ ସେଲସିୟସ, କଟକରେ ୧୮.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଭୁବନେଶ୍ୱର ଓ କଟକରେ ରାତି ତାପମାତ୍ରା ୧ରୁ ୧.୫ ଡିଗ୍ରୀ ବୃଦ୍ଧି ପରିଲକ୍ଷିତ ହୋଇଛି ।

କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ । ଫୁଲବାଣୀ ସମେତ ବାଲିଗୁଡା, ଚକାପାଦ, କୋଟଗଡ, ଜି.ଉଦ୍ଯୟଗିରି, ଫିରିଙ୍ଗିଆ ଓ ଦାରିଙ୍ଗବାଡ଼ି ଭଳି ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡ଼ିକରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ସହ ଶୀତ ଅନୁଭୂତ ହେଉଛି । ଗତକାଲି ଫୁଲବାଣୀ ଓ ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଦାରିଙ୍ଗବାଡ଼ିର ତାପମାତ୍ରା ୧୫ ଡିଗ୍ରୀ ଓ ଜି.ଉଦୟଗିରିରରେ ମଧ୍ୟ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେପଟେ ଲମତାପୁଟର ମଧ୍ୟ ପହିଲି ଶୀତର ଆଗମନ ହୋଇଛି । ବର୍ଷା କମିବା ଯୋଗୁଁ କୁହୁଡ଼ି ସାଙ୍ଗକୁ ଥଣ୍ଡା ଅନୁଭୂତ ହେଉଛି । କିଏ ନିଆଁ ସେକୁଥିବା ବେଳେ ଆଉକିଏ ଚା' ର ମଜା ନେଉଛନ୍ତି ଲୋକେ। କୋରାପୁଟ ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ଶୀତ ଆଗମନ ହୋଇଥିବାରୁ ଲୋକେ ଶୀତର ମଜା ନେଉଥିବା ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+