ଆଉ ଦୁଇ ଦିନ ଲାଗି ରହିବ ଶୀତ ଲହରୀ, ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ପୁଣି ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଶୁଷ୍କ ବାୟୁପ୍ରବାହ ବଢ଼ିଛି । ଏହା ଆହୁରି ଶକ୍ତିଶାଳୀ ହେଉଛି। ଏହା ପ୍ରଭାବରେ ୧୭ ତାରିଖ ଯାଏ ପୂରା ରାଜ୍ୟକୁ ଥରାଇବ ଶୀତ । କିନ୍ତୁ ପଶ୍ଚିମା ଝଡ଼ ପ୍ରଭାବରେ ୧୮ରୁ ପାଗ ମେଘୁଆ ରହିବ । ଏହା ତାପମାତ୍ରା ବଢ଼ାଇବା ସହ ଶୀତ କମିଯିବ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।

Winter

ଗୁରୁବାର ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୫ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଫୁଲବାଣୀରେ ୬, ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ ଡିଗ୍ରୀ ରହିପାରେ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ବା ଏହାଠାରୁ ସାମାନ୍ୟ ଅଧିକ ରହିପାରେ । ଶୁକ୍ରବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଭୀଷଣ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଖାଇଛି ।

ଦେଶର ମଧ୍ୟଭାଗରେ ଗୁରୁଚାପ ବଳୟ ସକ୍ରିୟ ଅଛି । ଏଥିପାଇଁ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢ଼ିଛି । ଜଳୀୟବାଷ୍ପର ପରିମାଣ ବି କମିଛି । ଏହାଫଳରେ ଶୀତର ପ୍ରକୋପ ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଜି ଉଦୟଗିରିରେ ରାତି ତାପମାତ୍ରା ପୁଣି ଥରେ ୪ ଡିଗ୍ରୀ ତଳକୁ ଖସିଛି । ଏହା ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ପାଲଟିଛି । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୫.୭ ଡିଗ୍ରୀ ଖସିଯାଇଛି । ଏଠାରେ ପାରଦ ୬.୪ ଡିଗ୍ରୀ ରହିଛି । ଅନୁଗୁଳରେ ସ୍ୱାଭାବିକଠାରୁ ୫.୬ ଡିଗ୍ରୀ, କଟକରେ ୩ ଡିଗ୍ରୀ, ଭୁବନେଶ୍ୱରରେ ୩.୧ ଡିଗ୍ରୀ କମ୍ ରହିଥିଲା । ୭ ସହରରେ ପାରଦ ୧୦ ଡିଗ୍ରୀ ତଳେ ଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+