୨୬ ପରେ ବିଧାନସଭା ଶୀତ ଅଧିବେଶନ

ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ପରେ ଆରମ୍ଭ କରିବାକୁ ଆପାତତଃ ସ୍ଥିର ହୋଇଛି। ଅଧିବେଶନ କାଳରେ ବିଭିନ୍ନ ବିଭାଗ ପକ୍ଷରୁ ଆସିଥିବା ଅତିରିକ୍ତ(ସପ୍ଲିମେଣ୍ଟାରୀ) ବଜେଟ ପ୍ରସ୍ତାବ ଆଗତ କରାଯିବା ସହିତ ଖର୍ଚ୍ଚଦାବି ଆଲୋଚନା ହେବ। ପ୍ରାୟ ମାସେ ଧରି ଶୀତ ଅଧିବେଶନ ଚାଲିବ ବୋଲି ଅର୍ଥ ବିଭାଗ ପ୍ରସ୍ତୁତିରୁୁ ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଖୁବ୍‌ଶୀଘ୍ର ବିଧାନସଭା ପକ୍ଷରୁ ଉକ୍ତ ଅଧିବେଶନର କାର୍ଯ୍ୟସୂଚୀ ଜାରି ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Legislative Assembly
ସୂଚନା ଅନୁଯାୟୀ, ଏହି ଅଧିବେଶନରେ ଅଧିକାଂଶ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଭିଜନ-୨୦୩୬କୁ ଦୃଷ୍ଟିରେ ରଖି ନୂତନ ଯୋଜନା ପ୍ରସ୍ତୁତ କରାଯାଉଛି। ସେଥି ମଧ୍ୟରେ ମହିଳା, କୃଷକ, ଯୁବବର୍ଗ ଏବଂ ଆଇଟି ଆଦି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି। ତେବେ କେତେକ ବିଭାଗରେ ୨୦୨୫-୨୬ ଆର୍ଥିକବର୍ଷର ବଜେଟ ଖର୍ଚ୍ଚ ଏପର୍ଯ୍ୟନ୍ତ ଆଶାନୁରୂପ ହୋଇନାହିଁ। ତେଣୁ ବିଭାଗଗୁଡ଼ିକର ପ୍ରସ୍ତାବକୁ ଅର୍ଥ ବିଭାଗ ପକ୍ଷରୁ କାଣ୍ଟଛାଣ୍ଟ କରାଯାଉଛି। ଆସନ୍ତା ସପ୍ତାହରେ ଅର୍ଥ ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ବଜେଟ ସଂକ୍ରାନ୍ତୀୟ ପ୍ରସ୍ତାବ ଉପରେ ତର୍ଜମା କରାଯିବ। ଏହା ପରେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପୁନର୍ବାର ଯାଞ୍ଚ କରାଯିବ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ଅନୁମୋଦନ ଦିଆଯିବ।
ସୂଚନାଯୋଗ୍ୟ, ଚଳିତବର୍ଷ ରାଜ୍ୟ ସରକାର ଓଡ଼ିଶାର ବିକାଶକୁ ଦୃଷ୍ଟିରେ ରଖି ୨ଲକ୍ଷ ୯୦ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲେ। ଯାହାକି ଗତ ଆର୍ଥିକବର୍ଷ (୨୦୨୪-୨୫) ତୁଳନାରେ ପ୍ରାୟ ୧୫ହଜାର କୋଟି ଟଙ୍କା ଅଧିକ ରହିଥିଲା। ଉକ୍ତ ବର୍ଷ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିଲା। ୨୦୨୫-୨୬ରେ ସରକାର କରିଥିବା ୨ଲକ୍ଷ ୯୦ହଜାର କୋଟି ଟଙ୍କାର ବଜେଟ ମଧ୍ୟରେ ପ୍ରଶାସନିକ ଖର୍ଚ୍ଚ ୧ଲକ୍ଷ ୮ହଜାର କୋଟି ଟଙ୍କା ରହିଥିବାବେଳେ କାର୍ଯ୍ୟକ୍ରମ ବାବଦକୁ ୧ଲକ୍ଷ ୭୦ହଜାର କୋଟି ଟଙ୍କା ରହିଥିଲା। ଏହା ସହିତ ବିପର୍ଯ୍ୟୟ ମୁକାବିଲା ଲାଗି ୪ହଜାର କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତର ଲାଗି ୮ହଜାର କୋଟି ଟଙ୍କାର ବଜେଟ ଅଟକଳ କରାଯାଇଥିଲା। ତେବେ ଏଥିମଧ୍ୟରୁ ଅଗଷ୍ଟ ସୁଦ୍ଧା ପ୍ରାୟ ୬୪ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସେଥି ମଧ୍ୟରେ ସର୍ବାଧିକ ଅର୍ଥ ବିଭାଗ ୧୪,୫୨୪କୋଟି ଖର୍ଚ୍ଚ କରିଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୯, ୮୨୬.୭୮କୋଟି, ସ୍ବାସ୍ଥ୍ୟ ବିଭାଗ ୬,୨୨୯କୋଟି, କୃଷି ବିଭାଗ ୫୦୯୫କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହାବାଦ୍‌ ଅନ୍ୟ ସମସ୍ତ ବିଭାଗର ବଜେଟ ଧାର୍ଯ୍ୟ ଖର୍ଚ୍ଚ ତୁଳନାରେ କମ୍‌ ଥିବା ପରିଲକ୍ଷିତ ହୋଇଥିଲା।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+