ଆଜିଠୁ ଆରମ୍ଭ ବିଧାନସଭାର ଶୀତକାଳୀନ ଅଧିବେଶନ: ଅତିରିକ୍ତ ବଜେଟ୍ ଆଣିବେ ମୁଖ୍ୟମନ୍ତ୍ରୀ
Odisha News: ଆଜିଠୁ ଆରମ୍ଭ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଆଣିବେ ମୁଖ୍ୟମନ୍ତ୍ରୀ । ମୋଟ ୩୦ଟି କାର୍ଯ୍ୟଦିବସ ରହିଥିବ । ସେହିପରି ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବେ ବିରୋଧୀ ।
ସୂଚନା ଅନୁସାରେ, ଅମ୍ବଟାକୁଆ ମୃତ୍ୟୁ ମାମଲା, ଧାନକିଣାରେ ଅବ୍ୟବସ୍ଥା, ଆଇନଶୃଙ୍ଖଳା ପିରିସ୍ଥିତି ଖରା, ଆଦାନୀ ବିବାଦ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବେ ବିରୋଧି ।

ସେହିପରି ବିଧାନସଭା ଅଧିବେଶନ ପାଇଁ ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳ ପୋଲିସ ଛାଉଣୀ ହେବ। ଏଥିପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ। ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିସ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ ସ୍କ୍ୱାଡ, ଅଗ୍ନିଶମ ବିଭାଗ ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ। ଲୋୟର ପିଏମଜିରେ ଏଥର ଧାରଣା ପାଇଁ ଅନୁମତି ମିଳିବ ନାହିଁ।
ତଥାପି ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ସଂଲଗ୍ନ ରାସ୍ତାରେ ସିସିଟିଭି ବ୍ୟବସ୍ଥା ହେବ। ସୁରକ୍ଷାକୁ ଅଧିକ କଡାକଡି କରିବା ପାଇଁ ଅସ୍ଥାୟୀ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଆହୋରାତ୍ର ଜଗିବେ। ବିଧାନସଭା ଛାତ ଉପରେ ରୁଫ ଟଫ ପୋଲିସ ରହିବେ। ପ୍ରବେଶ ପଥରେ ଚେକପୋଷ୍ଟ କରାଯିବା ସହିତ ବିଧାନସଭାକୁ ସଂଯୋଗ କରୁଥିବା ରୁଟକୁ ଡାଇଭର୍ଟ କରାଯିବ।












Click it and Unblock the Notifications