Odisha Assembly session 2024; ଆସନ୍ତା ୨୬ରୁ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ: କାଲି ସର୍ବଦଳୀୟ ବୈଠକ
ଭୁବନେଶ୍ବର: ଆସନ୍ତା ୨୬ରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ୨୫ ତାରିଖ ଅର୍ଥାତ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । ଅଧିବେଶନକୁ ଶାନ୍ତିଶୃଙ୍ଖଳାର ସହ କରିବା ଲାଗି ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବା ଲାଗି ସେହିଦିନ ବିରୋଧୀ ଦଳ ବିଜେଡିର ବସିବ ବିଧାୟକ ଦଳ ବୈଠକ ।

କାଲି ସର୍ବଦଳୀୟ ବୈଠକ:
BJD ବିଧାୟକ ଦଳ ବୈଠକ:
ବିଧାନସଭା ଅଧିବେଶନ ପୂର୍ବରୁ ବସିବ ବିଜେଡିର ବିଧାୟକ ଦଳ ବୈଠକ । ଏନେଇ ଆଜି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କ ଘରେ ବସିଥିଲା ବିଜେଡିର ବରିଷ୍ଠ ନେତାଙ୍କ ବୈଠକ । ବୈଠକରେ ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଅରୁଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଆସନ୍ତା ଅଧିବେଶନରେ ଦଳ କେଉଁ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱ ଦେବ ସେନେଇ ଆଲୋଚନା ହୋଇଛି । ଏ ବାବଦରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯିବ ।
'ଜନସାଧାରଣଙ୍କ ସ୍ବର ଉଠାଇବୁ':
ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି, "ବିଧାନସଭାର ଆସନ୍ତା ଶୀତକାଳୀନ ଅଧିବେଶନ ପରିପ୍ରେକ୍ଷୀରେ ବିରୋଧୀ ଦଳ ଉପନେତା, ବିରୋଧୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକଙ୍କ ଉପସ୍ଥିତରେ ଆମେ କିଛି ଆଲୋଚନା କରିଛୁ । ବିଧାନସଭାରେ ବିଜେଡିର ଭୂମିକା କ'ଣ ରହିବ ସେନେଇ ଏକ ପ୍ରାଥମିକ ଆଲୋଚନା ହୋଇଛି । ଏ ସମସ୍ତ କଥାକୁ ଦଳର ସଭାପତିଙ୍କୁ ଅବଗତ କରାଯିବ । ଜନସାଧାରଣ ଆମକୁ ଏକ ଶକ୍ତିଶାଳୀ ବିରୋଧୀ ଦଳ ହେବାକୁ ଜନାଦେଶ ଦେଇଛନ୍ତି । ଜନସାଧାରଣଙ୍କ ସ୍ବର ହୋଇ ଆମେ ବିଭିନ୍ନ କଥା ଉଠାଇବୁ । ପ୍ରଭାବୀ ଢ଼ଙ୍ଗରେ ବିଜେଡି ବିରୋଧୀ ଦଳ ଭୂମିକା ନିଭାଉଛି । ଆଉ ଲଢେଇ ହେବ ।"












Click it and Unblock the Notifications