Get Updates
Get notified of breaking news, exclusive insights, and must-see stories!

ଓଡିଶା ବିଧାନସଭା ଶୀତକାଳୀନ ଅଧିବେଶନ: ୭ମ ଦିନରେ ବି ଚାଲିଲାନି ଗୃହ, ସର୍ବାଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ବର: ବିଧାନସଭାର ଶୀତ କାଳୀନ ଅଧିବେଶନ ଚାଲିଛି। ଗୃହରେ ମାମିତ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଲାଗିରହିଛ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସପ୍ତମ ଦିନରେ ବି ଚାଲିପାରିଲାନି ଗୃହ। ସାଢେ ୧୧ ଟାରେ ଗୃହ ଆରମ୍ଭ ହେବା ପରେ ପୁଣି ବିରୋଧୀଙ୍କ ମମିତା ପ୍ରସଙ୍ଗ ନେଇ ହୋ ହାଲ୍ଲାରେ କମ୍ପି ଉଠିଲା ଗୃହ। ଗୋବିନ୍ଦ ସାହୁଙ୍କ ଫଟୋ ଦେଖାଇ ବିଜେପି ବିଧାୟକମାନେ ଗୃହରେ ଘଣ୍ଟବାଡେଇଥିବା ଜଣାପଡ଼ିଛି। ବାଚସ୍ପତିଙ୍କ ପୋଡିୟମ ତଳେ ପ୍ଲା କାର୍ଡ ଦେଖାଇଥିଲେ ବିଜେପି ସଦସ୍ୟମାନେ।ତେଣୁ ଗୃହକୁ ପୁଣି ୩୦ ମିନଟ ପାଇଁ ମୁଲତବୀ ରଖିଥିଲେ ବାଚସ୍ପତି। ଗୃହକୁ ମୁଲତବୀ ରଖିବା ସହ ପୁଣି ସର୍ବ ଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି।

Odisha Assembly

ମମିତା ମେହେର ଘଟଣାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୬ ଦିନ ହେଲା ଗୃହ ଚାଲିପାରୁନି। ଅନ୍ୟପଟେ ବିଜେପିର ଦୋମୁହାଁ ନୀତି ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିଜେଡି। ବିଧାନସଭା ପରିସର ଗାନ୍ଧୀ ମୂର୍ତ୍ତି ପରିସରରେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ।ମମତାଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ନେତାମାନେ ହୀନ ରାଜନୀତି କରୁଛନ୍ତି ବୋଲି ବିଜେଡି କହିଛି। ଗୃହ କାର୍ଯ୍ୟ ବନ୍ଦ ରହିବା ଦ୍ଵାରା ଆବଶ୍ୟକ ଜନମଙ୍ଗଳ ବିଲ ଉପରେ ଆଲୋଚନା ହୋଇ ପାରୁନହିଁ। ବିଭିନ୍ନ ପ୍ରସଙ୍ଗ ତଥା ବିଧେୟକ ଉପରେ ଅଲୋଚନା ହୋଇ ପାରୁନଥିବା ନେଇ ବିଜେପିର ଆଭିମୁଖ୍ଯ ଉପରେ ପ୍ରଶ୍ନ କରିଛି ବିଜେଡ଼ି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+