ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ; ୨୮ ତାରିଖରେ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‍

ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ ଅଧିବେଶନ। ୪.୩୦ରେ ଗୃହରେ ଅଭିଭାଷଣ ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ବିଧାନସଭାରେ ଅଭିଭାଷଣ ପରେ ସଦସ୍ୟଙ୍କ ସହ ଫଟୋ ସେସନ୍ । ୨୮ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‍ ଉପସ୍ଥାପନ । ଏଥର ବିରୋଧୀ ଦଳଙ୍କ ସବୁ ପ୍ରଶ୍ନର ଜବାବ ରଖିବୁ କହିଛି ବିଜେପି । ୧୬ ମାସର ସଫଳତା ଲୋକଙ୍କ ସାମ୍ନାରେ ଉପସ୍ଥାପନା କରିବୁ ।

Winter session of Legislative Assembly to begin today

ବୁଧବାର ଅପରାହ୍ନରେ ବିଧାନସଭାରେ ମୁକେଶ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଗୃହରେ ପ୍ରଥମଥର ପାଇଁ ତାଙ୍କର ଅଭିଭାଷଣ ରଖିବେ। ଏହା ଆମ ଓଡ଼ିଶା ପାଇଁ ଗର୍ବର ବିଷୟ। ଏଥିଲାଗି ବିଧାନସଭା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସେ କହିଛନ୍ତି, ଗୁରୁବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ପ୍ରଥମାର୍ଦ୍ଧରେ ଦିବଂଗତ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଗୃହ ମୁଲତବୀ ରହିବ। ଏହାପରେ ଦ୍ୱିତୀୟାର୍ଦ୍ଧରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ରଖିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୭ ମାସ ମଧ୍ୟରେ ଅନେକଗୁଡ଼ିଏ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ଭାଜପା ସରକାର ଲୋକଙ୍କୁ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାକୁ ପାଳନ କରିବାକୁ ଉଦ୍ୟମ କରିଛି। ସେଥିମଧ୍ୟରୁ ଅଧିକାଂଶ ଯୋଜନା ଇତିମଧ୍ୟରେ କାର୍ଯ୍ୟକାରୀ ହୋଇସାରିଛି। ସରକାର କ୍ଷମତାସୀନ ହେବାଦିନଠାରୁ ଇତିମଧ୍ୟରେ ୧୧ଟି ପ୍ରତିଶ୍ରୁତି ପାଳନ ହୋଇସାରିଲାଣି। ସେଥିମଧ୍ୟରେ ମହିଳାଙ୍କୁ ସଶକ୍ତୀକରଣ କରିବା ଲାଗି 'ସୁଭଦ୍ରା' ଯୋଜନାଠାରୁ ଆରମ୍ଭକରି ଚାଷୀଙ୍କୁ ୮୦୦ ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ ଏବଂ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧମାନଙ୍କୁ ୩,୫୦୦ ଟଙ୍କା ଭତ୍ତା ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି। ଏଥିଯୋଗୁ ରାଜ୍ୟର ଅଭିବୃଦ୍ଧି ଦିନକୁ ଦିନ ବଢ଼ିଚାଲିଛି। ଓଡ଼ିଶାର ଅଭିବୃଦ୍ଧି ଜାତୀୟସ୍ତର ଅପେକ୍ଷା ୨.୨୦% ଅଧିକ ରହିଛି। ରାଜ୍ୟ ସରକାର ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଅହରହ ଉଦ୍ୟମ କରୁଛନ୍ତି। ଭିଜନ-୨୦୩୬ରେ ଓଡ଼ିଶା ଯେତେବେଳେ ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ, ସେତେବେଳକୁ ରାଜ୍ୟ ଦେଶର ସବୁଠାରୁ ବିକାଶଶୀଳ ରାଜ୍ୟ ରୂପେ ପରିଗଣିତ ହୋଇଥିବ ବୋଲି ମୁକେଶ କହିଛନ୍ତି ।

ଶୀତ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବାବେଳେ ଶାସକ ଦଳକୁ ଘେରିବା ଲାଗି ବିରୋଧୀ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଶାସକ ଭାଜପାକୁ ଘେରିବା ଲାଗି ବିଜେଡି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୁଧବାର ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକ ପ୍ରାୟ ୨୦ ମିନିଟ୍‌ ପାଇଁ ଚାଲିଥିବା ବେଳେ ଏଥିରେ କେଉଁ ପ୍ରସଙ୍ଗରେ ଶାସକ ଦଳକୁ ଘେରିହେବ ସେନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ପ୍ରସଙ୍ଗ ଗୃହରେ ଉଠାଇବା ଲାଗି ସ୍ଥିର ହୋଇଛି। ଏହି ଅବସରରେ ନବୀନ ବିଧାୟକମାନଙ୍କୁ କହିଛନ୍ତି, ଲୋକଙ୍କ ସମସ୍ୟା ଓ ସରକାରଙ୍କ ଅପାରଗତା ଉପରେ ବିଧାନସଭାରେ ସ୍ବର ଉଠାଯିବ। ଆଇନଶୃଙ୍ଖଳା, ନାରୀ ନିର୍ଯାତନା, ସାମ୍ପ୍ରଦାୟିକ ଉତ୍ତେଜନା, ଚାଷୀଙ୍କ ସମସ୍ୟା, ନିଯୁକ୍ତି ସ୍କାମ୍‌ ଆଦି ବିଭିନ୍ନ ବିଷୟରେ ସରକାରଙ୍କଠାରୁ ଉତ୍ତର ମଗାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+