ସାରା ଦେଶରେ ବଢିଚି ଶୀତର ପ୍ରକୋପ, ଏହି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Winter Season in India: ସାରା ଦେଶରେ ବଢିଚି ଶୀତର ପ୍ରକୋପ । ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଉତ୍ତର ଭାରତରେ ମଧ୍ୟ ପ୍ରବଳ ଶୀତ ଜାରି ରହିଛି । ଅନ୍ୟପଟେ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଡିସେମ୍ବର 19 ପର୍ଯ୍ୟନ୍ତ ତାମିଲନାଡୁରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଡିସେମ୍ବର 19 ପର୍ଯ୍ୟନ୍ତ ତାମିଲନାଡୁରେ ପ୍ରବଳ ବର୍ଷା ହୋଇପାରେ। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ସେହିପରି ଆଗାମୀ 5ଦିନ ପାଇଁ ଦିଲ୍ଲୀର ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ସେହିପରି ପଞ୍ଜାବ ଏବଂ ହରିୟାଣା ପାଣିପାଗ ବିଭାଗ ପ୍ରବଳ ଶୀତଳ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହି ଅବଧି ମଧ୍ୟରେ ପଞ୍ଜାବର ସର୍ବାଧିକ ତାପମାତ୍ରା 22 ଡିଗ୍ରୀକୁ ଖସି ଆସିଥିବାବେଳେ ସର୍ବନିମ୍ନ ତାପମାତ୍ରା 4 ଡିଗ୍ରୀକୁ ଖସିପାରେ। ସେହିପରି ହରିୟାଣାରେ ସର୍ବାଧିକ ତାପମାତ୍ରା 21 ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା 8 ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ।

Winter Season in India


ଉତ୍ତର ଭାରତର ପଶ୍ଚିମ ଏବଂ ପୂର୍ବ ଭାଗରେ ପାଗ ଶୁଷ୍କ ରହିବ । ରାଜ୍ୟରେ ସର୍ବନିମ୍ନ ତାପମାତ୍ରା 2.5 ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ଆଜମଗଡ, ମାଉ, ବାଲିଆ, ଦେଓରିଆ, ଗୋରଖପୁର, ବସ୍ତି, ସନ୍ଥ କବୀରନଗର, କୁଶିନଗର, ମହାରାଜଗଞ୍ଜ ଏବଂ ସିଦ୍ଧାର୍ଥନଗରରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଡିସେମ୍ବର 9 ପର୍ଯ୍ୟନ୍ତ ରାଜସ୍ଥାନରେ ଅଧିକାଂଶ ସହରରେ ସର୍ବନିମ୍ନ ତାପମାତ୍ରା ମଧ୍ୟ 10 ଡିଗ୍ରୀ ରହିଛି । 18 ଏବଂ 19 ଡିସେମ୍ବରରେ ମଧ୍ୟ କେରଳରେ ପ୍ରବଳ ବର୍ଷା ହୋଇପାରେ। ଏଥି ସହିତ ଆନ୍ଧ୍ରପ୍ରଦେଶ ରୟାଲ ସୀମାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+