Get Updates
Get notified of breaking news, exclusive insights, and must-see stories!

ରାଜ୍ୟକୁ ଫେରିଲା ଶୀତ, ଦୁଇ ଦିନ ହାଡ଼ଭଙ୍ଗା ଜାଡ଼: ୪ଟି ସ୍ଥାନରେ ୧୨ ଡିଗ୍ରୀ ତଳେ ପାରଦ

କିଛିଦିନର ବିରତି ପରେ ରାଜ୍ୟକୁ ଫେରିଛି ଶୀତ । ୧୫ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୪ଟି ସ୍ଥାନର ତାପମାତ୍ରା ୧୨ ଡିଗ୍ରୀ ବା ଏହାଠାରୁ ତଳକୁ ଖସିଯାଇଛି । ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ଖସିବା ସହ ଥଣ୍ଡା ବଢ଼ିଯିବ । ଶୀତକୁ ନେଇ ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଦୁଇ ଦିନରେ ୨ରୁ ୩ ଡିଗ୍ରୀ କମିବା ପରେ ରାତି ତାପମାତ୍ରା ପୁଣି ବଢ଼ିବ । ୨ ଦିନ ପରେ ପରବର୍ତ୍ତୀ ୫ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ।ଗୁରୁବାର ଓ ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀରୁ ତଳେ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ମଙ୍ଗଳବାର ରାତିରେ ଜି ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ବା ୮.୬ ଡିଗ୍ରୀ ରହିଥିଲା । ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ, ରାଉରକେଲାରେ ୧୦.୧, ଝାରସୁଗୁଡ଼ାରେ ୧୦.୪, ଫୁଲବାଣୀରେ ୧୨, କେନ୍ଦୁଝରରେ ୧୨.୫, ସୁନ୍ଦରଗଡ଼ରେ ୧୨.୬, କୋରାପୁଟରେ ୧୩.୨, ବାରିପଦାରେ ୧୨.୬, ଭବାନୀପାଟଣା ଓ ନବରଙ୍ଗପୁରରେ ୧୩.୮, ଭଦ୍ରକରେ ୧୪, ଢେଙ୍କାନାଳରେ ୧୪.୧, ରାୟଗଡ଼ାରେ ୧୪.୪, ସମ୍ବଲପୁରରେ ୧୫.୨, ବଲାଙ୍ଗିରରେ ରାତି ତାପମାତ୍ରା ୧୫.୫ ଡିଗ୍ରୀ ରହିଥିଲା । କଟକରେ ୧୪.୬ ଡିଗ୍ରୀ ଓ ରାଜଧାନୀ ଭୁବନେଶ୍ୱରରେ ୧୬ ଡିଗ୍ରୀ ରେକର୍ଡ ହୋଇଥିଲା ।

Winter returns to the state
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+