ରାଜ୍ୟରେ ସାମାନ୍ୟ କମିଛି ଶୀତ: ୪ ଦିନ ପରେ ପୁଣି ବଢ଼ିବ ଜାଡ଼, କମିପାରେ ରାତି ତାପମାତ୍ରା

ରାଜ୍ୟରେ ବର୍ତ୍ତମାନ ଶୀତ ପ୍ରକୋପ ସାମାନ୍ୟ କମିଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି । ବର୍ତ୍ତମାନ ତାପମାତ୍ରାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଏହାପରେ ପରବର୍ତ୍ତୀ ୪ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ କମିପାରେ । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।

ରାଜ୍ୟରେ ପାଗ ବର୍ତ୍ତମାନ ଶୁଖିଲା ରହିଛି । ଆସନ୍ତା ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ପୂର୍ବାନୁମାନରେ ପାଗ ଶୁଖିଲା ରହିବ । ଏବେ ବର୍ଷା ନେଇ କୌଣସି ସୂଚନା ଦିଆଯାଇନାହିଁ । ଅର୍ଥାତ୍ ଡିସେମ୍ବର ପ୍ରଥମ ସପ୍ତାହରେ ପାଗ ଶୁଖିଲା ହିଁ ରହିବ ।

Winter has eased slightly in the state

ଶୁକ୍ରବାର ରାତିରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରୀ ସେଲସିୟସ୍ ଓ ସେମିଳିଗୁଡ଼ାରେ ୯.୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବାକି କୌଣସି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ନଥିଲା । ଦାରିଙ୍ଗିବାଡ଼ି ତାପମାତ୍ରା ୧୦ ଡିଗ୍ରୀ, ଫୁଲବାଣୀ ୧୦, କୋରାପୁଟ ୧୦.୨, ଝାରସୁଗୁଡ଼ା ୧୦.୪, ନବରଙ୍ଗପୁର ୧୦.୮, ରାଉରକେଲା ୧୧, ଚିପିଲିକା ୧୧.୪, କିରେଇ ୧୧.୬, ସୁନ୍ଦରଗଡ଼ ୧୨.୨, କେନ୍ଦୁଝର ୧୨.୮ ଡିଗ୍ରୀ ଥିଲା । ଉପକୂଳ ଅଞ୍ଚଳରେ ତାପମାତ୍ରା ବଢ଼ିଥିବାବେଳେ ଭୁବନେଶ୍ୱର ୧୭.୨ ଓ କଟକ ୧୬ ଡିଗ୍ରୀରେ ପହଞ୍ଚିଥିଲା ଶୁକ୍ରବାର ରାତିରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+