ପୁଣି ଲେଉଟିବ ଶୀତ, ଆସନ୍ତା 12ରୁ 5 ଡିଗ୍ରୀ ତଳେ ରହିବ ତାପମାତ୍ର !

କିଛି ଦିନ ବ୍ୟବଧାନରେ ପୁଣି ଲେଉଟିବ ଶୀତ । ବିଭିନ୍ନ ଜିଲ୍ଲାରେ ତାପମାତ୍ରା 5 ଡିଗ୍ରୀ ତଳେ ରହିବା ବୋଲି ଅନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ଭୁବନେଶ୍ବର: ପୁଣି ରାଜ୍ୟକୁ ଲେଉଟିବ ଶୀତର ଲହରୀ । ପୁଣି ରାଜ୍ୟବାସୀ ଅନୁଭବ କରିବେ ହାଡଭଙ୍ଗା ଶୀତ । କିଛି ଦିନ ବ୍ୟବଧାନରେ ପୁଣି ଲେଉଟିବ ଶୀତ । ବିଭିନ୍ନ ଜିଲ୍ଲାରେ ତାପମାତ୍ରା 5 ଡିଗ୍ରୀ ତଳେ ରହିବା ବୋଲି ଅନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

winter

ଗତ କିଛି ଦିନ ହେଲା ରାଜ୍ୟକୁ କ୍ରମାଗତ ଭାବେ ପୂର୍ବ ଓ ଦକ୍ଷିଣା ପବନର ପ୍ରବାହ ଯୋଗୁଁ ତଥା ଅନ୍ୟପଟେ ଉତ୍ତରା ପବନ ପ୍ରବାହରେ ବାଧା ସୃଷ୍ଟି ଯୋଗୁଁ ତାପମାତ୍ରା ବଢ଼ିବାରେ ଲାଗିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ଭଳି ତାପମାତ୍ରା ଲାଗି ରହିବ। ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ। ସେହିପରି ଉପକୂଳ ଓଡ଼ିଶାର ବି ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଏହାପରେ ପାରଦ ନିମ୍ନଗାମୀ ହେବ। ଫଳରେ ୧୨ ତାରିଖଠାରୁ ପୁଣି ରାଜ୍ୟକୁ ଶୀତ ଫେରିବ।

କଳନ କରାଯାଉଛି ଯେ, ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ଆସନ୍ତା ୧୨ରୁ ୧୪ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୫ ଡିଗ୍ରିରୁ ଅଧିକ କମିପାରେ। ଏହାପରେ ୧୬ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ଅଳ୍ପ କେତେକ ସ୍ଥାନରେ ଯଥା ଉତ୍ତର ସୀମାନ୍ତ ଓ ଉତ୍ତର ଉପକୂଳରେ ୧୧ ତାରିଖରୁ ରାତ୍ରିର ତାପମାତ୍ରା କମିବା ଯୋଗୁଁ ଶୀତ ଫେରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+