ରାଜ୍ୟରେ ଜାରି ରହିଛି ଶୀତ ଲହରି, ଅସହ୍ୟ ଥଣ୍ତାରେ ଅସ୍ତବ୍ୟସ୍ତ ସଧାରଣ ଜନଜୀବନ

Odisha Weather: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ତା । ଅସହ୍ୟ ଥଣ୍ତାରେ ଅସ୍ତବ୍ୟସ୍ତ ହୋଇପଡିଲାଣି ସଧାରଣ ଜନଜୀବନ । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ପାରଦ ତଳମୁହାଁ ରହିଛି । ରାଜ୍ୟର ଅଧିକାଶଂ ସ୍ଥାନରେ ରାତିର ତାପମାତ୍ରା ତଳମୁହାଁ ରହିଥିବା ବେଳେ ୧୦ ଡିଗ୍ରୀ ତଳେ ରହିଛି ୬ ସହରର ତାପମାତ୍ରା । ଗତକାଲି ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରହିଥିଲା ୭.୫ ଡିଗ୍ରୀ । ଖାସକରିକି ଉପାନ୍ତ ଓ ପାହାଡିଆ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଛି ।

ସେହିପିର ରାଜ୍ୟରେ କିଛି କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବା ପାଇଁ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଘନ କୁହୁଡ଼ି ଦେଖିବା ପାଇଁ ମିଳିଛି । ଏପରିକି ଘନ କୁହୁଡି ଯୋଗୁଁ ରାସ୍ତା ମଧ୍ୟ ଦେଖାଯାଉ ନାହିଁ । ଅନ୍ୟପଟେ ସପ୍ତାହ ହେଲାଣି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଜାଡ ଅନୁଭୂତ ହେଉଛି । ବର୍ଷା ପରେ ରାଜ୍ୟରେ ଶୀତ ଲହରି ବଢିଛି ।

Odisha Weather

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିଲା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ଯେଉଁଠି ତାପମାତ୍ରା ୭.୫ ଡିଗ୍ରୀ ରହିଥିଲା । ସେହିପରି ଫୁଲବାଣୀ ୮.୫, କିରେଇ ଓ ସେମିଳିକୁଗଡ଼ାରେ ୮.୭, ଦାରିଙ୍ଗିବାଡିରେ ୯.୫, କୋରାପୁଟରେ ୯.୬, ରାଇରକେଲାରେ ୯.୭ଡିଗ୍ରୀ, କେନ୍ଦୁଝରରେ ୧୦.୪, ସୁନ୍ଦରଗଡ଼ରେ ୧୦.୫ ତାପମାତ୍ରା ରହିଥିବା ବେଳେ କଟକରେ ତାପମାତ୍ରା ୧୪.୫ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୧୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+