ରାଜ୍ୟକୁ ଫେରୁଛି ଶୀତ, ଆଗାମୀ ୨୪ ଘଣ୍ଟାରେ ଅନୁଭୂତ ହେବ ପ୍ରବଳ ଥଣ୍ଡା
ରାଜ୍ୟକୁ ଫେରୁଛି ଶୀତ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେବ ପ୍ରବଳ ଥଣ୍ଡା । ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରଭାବ ।
ଭୁବନେଶ୍ୱର: ରାଜ୍ୟକୁ ଫେରୁଛି ଶୀତ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେବ ପ୍ରବଳ ଥଣ୍ଡା । ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରଭାବ । ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଥଣ୍ଡା ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ଗତ ୨୪ ଘଣ୍ଟାରେ ତଳ ମୁହାଁ ହୋଇଛି ପାରଦ । ୩ ଡିଗ୍ରୀ ସହ ବୌଦ୍ଧ, ବାରିପଦା, ନୟାଗଡ଼ ଓ ଟିଟଲାଗଡରେ ଗତକାଲି ସର୍ବନିମ୍ନ ତାପମାତ୍ର ରେକର୍ଡ କରାଯାଇଛି। ତେବେ ନଜର ପକାନ୍ତୁ, କେଉଁଠି କେତେ ଥିଲା ତାପମାତ୍ରା ?
- ଫୁଲବାଣୀ- ୫ ଡ଼ିଗ୍ରୀ
- ଜି. ଉଦୟଗିରି- ୪.୬ ଡିଗ୍ରୀ
- ଭବାନୀପାଟନା- ୪.୪ ଡିଗ୍ରୀ
- ଢେଙ୍କାନାଳ- ୩.୫ ଡିଗ୍ରୀ
- ଦାରିଙ୍ଗବାଡି- ୩.୫ ଡିଗ୍ରୀ
- ପାରାଦ୍ୱୀପ- ୩.୨ ଡିଗ୍ରୀ
- ବୌଦ୍ଧ- ୩ ଡିଗ୍ରୀ
- ବାରିପଦା- ୩ ଡିଗ୍ରୀ
- ଟିଟଲାଗଡ- ୩ ଡିଗ୍ରୀ
- ନୟାଗଡ଼- ୩ ଡିଗ୍ରୀ












Click it and Unblock the Notifications