For Quick Alerts
Turn On Notification  
For Daily Alerts
Oneindia App Download

ନୋ ଟେନସନ: ଲକଡାଉନ ସମୟରେ ଅନଲାଇନରେ ମିଳିବ ମଦ!, ଜାଣନ୍ତୁ କେତେ ଟଙ୍କା ଦେବେ ଡେଲିଭରୀ ଚାର୍ଜ ?

ଲକଡାଉନ ସମୟରେ ବେଳେ ବି ମିଳିବ ମଦ । ଲକଡାଉନ ସମୟରେ ଅନଲାଇନ୍‌ରେ ଗ୍ରାହକ ପାଇ ପାରିବେ ମଦ । ଏନେଇ ଅବକାରୀ ବିଭାଗ ତିଆରି କରୁଛି ବ୍ଲ୍ୟୁ-ପ୍ରିଣ୍ଟ୍‌ ।

|

ଭୁବନେଶ୍ୱର: ଲକଡାଉନ ସମୟରେ ବେଳେ ବି ମିଳିବ ମଦ । ଲକଡାଉନ ସମୟରେ ଅନଲାଇନ୍‌ରେ ଗ୍ରାହକ ପାଇ ପାରିବେ ମଦ । ଏନେଇ ଅବକାରୀ ବିଭାଗ ତିଆରି କରୁଛି ବ୍ଲ୍ୟୁ-ପ୍ରିଣ୍ଟ୍‌ । ଅନଲାଇନରେ ମଦ ବିକ୍ରି ହେବ କି ନାଁ ତାହା ଆଜି ସନ୍ଧ୍ୟା ସୁଦ୍ଧା ଅବଗତ କରାଇ ଦିଆଯିବ ବୋଲି ବିଭାଗ କହିଛି ।

ଜୋମାଟୋ ଓ ସ୍ୱିଗୀ ଜରିଆରେ ଗ୍ରାହକମାନେ ମଦ ପାଇପାରିବେ । ତେବେ ଅନ୍‌ଲାଇନ୍‌ ବିକ୍ରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୂର୍ବ ନିଷ୍ପତ୍ତି ଅନୁସାରେ କେବଳ ସହର ଗୁଡିକରେ ଏହି ସେବା ମିଳି ପାରିବ । କଟକ, ଭୁବନେଶ୍ୱର, ବ୍ରହ୍ମପୁର, ପୁରୀ ଓ ରାଉରକେଲା ସହରରେ ଡେଲିଭରୀ ଦେବ ଏହି ସଂସ୍ଥା ।

Wine

ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯଦି ଅନଲାଇନ୍‌ ବ୍ୟବସାୟ ପାଇଁ ଅନୁମତି ମିଳେ, ତେବେ ୧ ହଜାର ଟଙ୍କା ଭିତରେ ମଦ କିଣିଲେ ୧ ଶହ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡିବ । ୧ ହଜାର ୧ ଟଙ୍କାରୁ ୧୫ ଶହ ଟଙ୍କା ଭିତରେ ମଦ କିଣିଲେ ୧୨୫ ଟଙ୍କା ଡେଲିଭରୀ ଚାର୍ଜ ପଡିବ । ସେହିଭଳି ୧୫ ଶହ ୧ ଟଙ୍କାରୁ ୨ ହଜାର ଟଙ୍କାରେ ମଦ କିଣିଲେ ୧୫୦ ଟଙ୍କା, ଦୁଇ ହଜାର ୧ ଟଙ୍କାରୁ ୨୫ ଶହ ଟଙ୍କାର ମଦରେ ୧୭୫ ଟଙ୍କା, ୩ ହଜାର ପାଇଁ ୨ ଶହ ଟଙ୍କା ଡେଲିଭାରୀ ଚାର୍ଜ ଦେବାକୁ ପଡିବ । ସେହିଭଳି ୩ ହାଜାର ୧ ଟଙ୍କାରୁ ୩୫ ଶହ ଟଙ୍କାରେ ମଦ କିଣିଲେ ୨୫୦ ଟଙ୍କା, ୩୫୦୧ ଟଙ୍କାରୁ ୪ ହାଜର ଟଙ୍କା ମଦରେ ୨୫୦ ଟଙ୍କା ଚାର୍ଜ, ୪ ହଜାର ୧ ଟଙ୍କାରୁ ୪ ହାଜର ୫ ଶହ ଟଙ୍କାରେ ମଦ କିଣିଲେ ୨୭୫ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡ଼ିବ । ୪,୫୦୧ ଟଙ୍କାରୁ ଅଧିକ ମଦ ପାଇଁ ୩ ଶହ ଟଙ୍କା ଡେଲିଭରୀ ଚାର୍ଜ ନେବେ ଜୋମାଟୋ ଓ ସ୍ୱିଗୀ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Wine is available online during odisha lockdown !
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X