ନୋ ଟେନସନ: ଲକଡାଉନ ସମୟରେ ଅନଲାଇନରେ ମିଳିବ ମଦ!, ଜାଣନ୍ତୁ କେତେ ଟଙ୍କା ଦେବେ ଡେଲିଭରୀ ଚାର୍ଜ ?
ଲକଡାଉନ ସମୟରେ ବେଳେ ବି ମିଳିବ ମଦ । ଲକଡାଉନ ସମୟରେ ଅନଲାଇନ୍ରେ ଗ୍ରାହକ ପାଇ ପାରିବେ ମଦ । ଏନେଇ ଅବକାରୀ ବିଭାଗ ତିଆରି କରୁଛି ବ୍ଲ୍ୟୁ-ପ୍ରିଣ୍ଟ୍ ।
ଭୁବନେଶ୍ୱର: ଲକଡାଉନ ସମୟରେ ବେଳେ ବି ମିଳିବ ମଦ । ଲକଡାଉନ ସମୟରେ ଅନଲାଇନ୍ରେ ଗ୍ରାହକ ପାଇ ପାରିବେ ମଦ । ଏନେଇ ଅବକାରୀ ବିଭାଗ ତିଆରି କରୁଛି ବ୍ଲ୍ୟୁ-ପ୍ରିଣ୍ଟ୍ । ଅନଲାଇନରେ ମଦ ବିକ୍ରି ହେବ କି ନାଁ ତାହା ଆଜି ସନ୍ଧ୍ୟା ସୁଦ୍ଧା ଅବଗତ କରାଇ ଦିଆଯିବ ବୋଲି ବିଭାଗ କହିଛି ।
ଜୋମାଟୋ ଓ ସ୍ୱିଗୀ ଜରିଆରେ ଗ୍ରାହକମାନେ ମଦ ପାଇପାରିବେ । ତେବେ ଅନ୍ଲାଇନ୍ ବିକ୍ରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୂର୍ବ ନିଷ୍ପତ୍ତି ଅନୁସାରେ କେବଳ ସହର ଗୁଡିକରେ ଏହି ସେବା ମିଳି ପାରିବ । କଟକ, ଭୁବନେଶ୍ୱର, ବ୍ରହ୍ମପୁର, ପୁରୀ ଓ ରାଉରକେଲା ସହରରେ ଡେଲିଭରୀ ଦେବ ଏହି ସଂସ୍ଥା ।

ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯଦି ଅନଲାଇନ୍ ବ୍ୟବସାୟ ପାଇଁ ଅନୁମତି ମିଳେ, ତେବେ ୧ ହଜାର ଟଙ୍କା ଭିତରେ ମଦ କିଣିଲେ ୧ ଶହ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡିବ । ୧ ହଜାର ୧ ଟଙ୍କାରୁ ୧୫ ଶହ ଟଙ୍କା ଭିତରେ ମଦ କିଣିଲେ ୧୨୫ ଟଙ୍କା ଡେଲିଭରୀ ଚାର୍ଜ ପଡିବ । ସେହିଭଳି ୧୫ ଶହ ୧ ଟଙ୍କାରୁ ୨ ହଜାର ଟଙ୍କାରେ ମଦ କିଣିଲେ ୧୫୦ ଟଙ୍କା, ଦୁଇ ହଜାର ୧ ଟଙ୍କାରୁ ୨୫ ଶହ ଟଙ୍କାର ମଦରେ ୧୭୫ ଟଙ୍କା, ୩ ହଜାର ପାଇଁ ୨ ଶହ ଟଙ୍କା ଡେଲିଭାରୀ ଚାର୍ଜ ଦେବାକୁ ପଡିବ । ସେହିଭଳି ୩ ହାଜାର ୧ ଟଙ୍କାରୁ ୩୫ ଶହ ଟଙ୍କାରେ ମଦ କିଣିଲେ ୨୫୦ ଟଙ୍କା, ୩୫୦୧ ଟଙ୍କାରୁ ୪ ହାଜର ଟଙ୍କା ମଦରେ ୨୫୦ ଟଙ୍କା ଚାର୍ଜ, ୪ ହଜାର ୧ ଟଙ୍କାରୁ ୪ ହାଜର ୫ ଶହ ଟଙ୍କାରେ ମଦ କିଣିଲେ ୨୭୫ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡ଼ିବ । ୪,୫୦୧ ଟଙ୍କାରୁ ଅଧିକ ମଦ ପାଇଁ ୩ ଶହ ଟଙ୍କା ଡେଲିଭରୀ ଚାର୍ଜ ନେବେ ଜୋମାଟୋ ଓ ସ୍ୱିଗୀ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications