ମିଳିବ କି ମାଗଣା ୩୦୦ ୟୁନିଟ୍ ବିଜୁଳି , ସ୍ପଷ୍ଟ କଲେ ମନ୍ତ୍ରୀ, ଜାଣନ୍ତୁ କଣ କହିଲେ

ଓଡ଼ିଶାରେ ବିଧାନସଭା ନିର୍ବାଚନ ପୂର୍ବରୁ ତତ୍କାଳୀନ ସରକାର ୧୫୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାକୁ ଘୋଷଣା କରିଥିଲା। ଅନ୍ୟପଟେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି କେନ୍ଦ୍ରୀୟ ଯୋଜନା ଅଧୀନରେ ଛାତ ଉପରେ ସୋଲାର ପ୍ରକଳ୍ପ ସ୍ଥାପନ କରୁଥିବା ଘରଗୁଡ଼ିକୁ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଲ୍‌ ଦେବାକୁ ପଡିବ ନାହିଁ ବୋଲି ଭାଜପା କହିଥିଲା। ଯାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିବାରୁ ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟୀକରଣ ରଖିଛନ୍ତି।

Kanak Vardhan Singhdeo

୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଣ ବ୍ୟବସ୍ଥା ନେଇ କୌଣସି ଘୋଷଣା କରାଯାଇ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି କେନ୍ଦ୍ରୀୟ ଯୋଜନା ଅଧୀନରେ ଛାତ ଉପରେ ସୋଲାର ପ୍ରକଳ୍ପ ସ୍ଥାପନ କରୁଥିବା ଘରଗୁଡ଼ିକୁ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଲ୍‌ ଦେବାକୁ ପଡିବ ନାହିଁ । ଏ ବାବଦରେ କେନ୍ଦ୍ର ସରକାର ୩ କିଲୋୱାଟ୍‌ ପର୍ଯ୍ୟନ୍ତ ସୋଲାର ପ୍ରକଳ୍ପ ସ୍ଥାପନ ପାଇଁ ୭୮ ହଜାର ଟଙ୍କା ରିହାତି ପ୍ରଦାନ କରୁଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ମାସିକ ୩୦୦ ୟୁନିଟ୍‌ରୁ ଅଧିକ ବିଜୁଳି ଉତ୍ପାଦିତ ହୋଇପାରିବ । ଏହାଦ୍ୱାରା ଉପଭୋକ୍ତା ଲାଭବାନ୍‌ ହେବେ ବୋଲି ସେ କହିଛନ୍ତି ।

ବରଗଡ ଜିଲାରେ ମାଗଣା ବିଜୁଳି ଶକ୍ତି ଯୋଗାଣ ଆଧାରରେ ଉପଭୋକ୍ତା ବିଜୁଳି ମିଟର ବାହାର କରିଦେଉଥିବା ଜଣାପଡୁଛି ବୋଲି ମନ୍ତ୍ରୀ ସିଂଦେଓ କହିଛନ୍ତି । ତେବେ ଏଭଳି ମିଥ୍ୟାପ୍ରଚାରକୁ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଅଣତାଲିମପ୍ରାପ୍ତ ଲୋକଙ୍କ ଦ୍ୱାରା କରାଯାଉଥିବା ଏଭଳି କାର୍ଯ୍ୟ ବିପଦ ସୃଷ୍ଟି କରିପାରେ । ଏହାଦ୍ୱାରା ସୃଷ୍ଟ ପରିସ୍ଥିତି ପାଇଁ ବିତରକ କମ୍ପାନୀ ଦାୟୀ ରହିବ ନାହିଁ ବୋଲି ମନ୍ତ୍ରୀ ସିଂଦେଓ ସତର୍କ କରାଇଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+