Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ସତରେ ହେବ କି ବାତ୍ୟା ? ଜାଣନ୍ତୁ କଣ କହିଲା ପାଣିପାଗ ବିଭାଗ

ମେ ମାସ ଆଉ ଓଡ଼ିଶାରେ ବାତ୍ୟା ଚର୍ଚ୍ଚା । ମୌସୁମୀ ଆଗମନ ସହିତ ବାତ୍ୟା କୁ ନେଇ ବଢ଼ିଛି ଚର୍ଚ୍ଚା ।

ମେ ଶେଷ ସପ୍ତାହରେ ବାତ୍ୟା ସୃଷ୍ଟି ହେବା ପରେ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ରେ ପ୍ରଭାବ ପକାଇବା ନେଇ ବାଂଲାଦେଶୀ ବୈଜ୍ଞାନିକ ଆକଳନ ବି କରିଛନ୍ତି ।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହାକୁ ଖଣ୍ଡନ କରିଛି। ଆଇ ଏମ୍ ଡି ଅନୁଯାୟୀ ଏବେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଅପର ଏୟାର୍ ସର୍କୁଲେସନ୍ ରହିଚି। ହେଲେ ଏହା ଘନୀଭୂତ ହେବା ନେଇ କୌଣସି ସୂଚନା ଆଇ ଏମ୍ ଡି ଦେଇନାହିଁ।

ବାଂଲାଦେଶୀ ପାଣିପାଗ ବିଜ୍ଞାନୀ ଙ୍କ ଆକଳନ ଅନୁଯାୟୀ ମେ ୧୬ ରୁ ୨୨ ମଧ୍ୟରେ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରେ ମେ ୨୪ ରୁ ୨୮ ମଧ୍ୟରେ ବାତ୍ୟାର ରୂପ ନେଇ ପଶ୍ଚିମବଙ୍ଗ କିମ୍ବା ଓଡ଼ିଶା ଉପକୂଳ ମୁଁହା ହେବ । ଯଦି ବାତ୍ୟା ହୁଏ ତେବେ ଏହାର ନାଁ ଶକ୍ତି ରହିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

Will there really be a cyclone in the state

ଗତକାଲି ଦକ୍ଷିଣ ଆଣ୍ଡାମାନ ରେ ପ୍ରବେଶ କରିଚି ମୌସୁମୀ ବାୟୁ। କ୍ରମଶଃ ଏହା ଆଗକୁ ଅଗ୍ରସର ହେଉଛି। ଏବେ ସୁଦ୍ଧା ବାତ୍ୟା ନେଇ କୌଣସି ସୂଚନା ଆଇ ଏମ୍ ଡି ପଖ୍ୟରୁ ଦିଆଯାଇନାହିଁ ।

ସେପଟେ ରାଜ୍ୟରେ ଆଜି ଦିନର ତାପମାତ୍ରା ପୂର୍ବାପେକ୍ଷା କମ୍ ରହିଥିବାବେଳେ ଗୁଳୁଗୁଳି ଅଣାୟତ୍ତ କରୁଚି। ପୂର୍ବ ଉତ୍ତର ପ୍ରଦେଶ ଓ ସଂଲଗ୍ନ ବିହାର ଉପରେ ଏକ ଘୂର୍ଣ୍ଣିବଳୟ ରହିଚିଓ ଏହାସହ ଛତିଶଗଡ ଓ ଦକ୍ଷିଣ ଓଡ଼ିଶା ମଧ୍ୟ ଦେଇ ଏକ ନିମ୍ନଚାପ ରେଖା ଲମ୍ବିଛି। ଯାହାର ପ୍ରଭାବରେ ରାଜ୍ୟରେ କୋହଲା ପାଗ ସାଂଗକୁ ଦକ୍ଷିଣ ଓଡ଼ିଶା ରେ କାଳବୈଶାଖୀ ମାତ୍ରା ବୃଦ୍ଧି ପାଇଛି।

ଆସନ୍ତା ୨୪ ଘଣ୍ଟାରେ ନୂଆପଡ଼ା, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଝଡ ପବନ ବର୍ଷା ନେଇ ପାଣିପାଗ ବିଭାଗ ଓରେଞ୍ଜ ଆଲର୍ଟ ଜାରି କରିଚି। ଏହାସହିତ ଦକ୍ଷିଣ ଓ ଉତ୍ତର ଓଡ଼ିଶା ରେ ମଧ୍ୟ କାଳବୈଶାଖୀ ର ପ୍ରଭାବ ଦେଖିବାକୁ ମିଳିବ। ଏହାର ପ୍ରଭାବରେ ଦିନର ତାପମାତ୍ରା ଆସନ୍ତା ଏକ ସପ୍ତାହ ଯାଏଁ ବୃଦ୍ଧି ପାଇବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+