ବିଜେଡି ଛାଡ଼ିବେ କି ସମୀର ? ବଢ଼ିଲା ଚର୍ଚ୍ଚା
ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡିରେ ବିଦ୍ରୋହ ବଢ଼ିବାରେ ଲାଗିଛି । ଟିକେଟ ପାଇଁ ସବୁଠାରେ ମାଳମାଳ ଆଶାୟୀ । କାହାକୁ ଟିକେଟ ଦେବେ ଆଉ କାହାକୁ ଦେବେ ନାହିଁ ଚିନ୍ତାରେ ଶଙ୍ଖ ସୁପ୍ରିମୋ। ଏହାରି ଭିତରେ ସବୁଠାରୁ ବଡ ଟେନସନ୍ ହେଉଛି ବିଜେଡିର ବରିଷ୍ଠ ନେତା ସମୀର ଦାସଙ୍କୁ ନେଇ ଏବେ ଅକଳରେ ପଡ଼ିଛି ବିଜୁ ଜନତା ଦଳ । କାରଣ ସମୀରଙ୍କ ଟିକେଟ କାଟିବା ପରେ ଆଉ ସେ ବୁଲ ମାନୁ ନାହାନ୍ତି ।

ନିମାପଡ଼ା ବିଧାନସଭା ମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ଦଳ ଏଥର ସମୀରଙ୍କ ଟିକେଟ କାଟି ଦିଲୀପ ନାୟକ ପ୍ରାର୍ଥୀ କରିଛି । ଏହା ପରେ ନିମାପଡ଼ାରେ ବିଜେଡି ଏବେ ଦୁଇ ଫାଳ । ଆଶାୟୀ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ଏକ ପ୍ରକାର ଦଳ ବିରୋଧରେ ବିଦ୍ରୋହ କରିବା ଏହା ପଛର କାରଣ ବୋଲି ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ସମୀରଙ୍କ ଆଉ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ଦଳ ଛାଡ଼ିବାକୁ ସଙ୍କେତ ଦେଉଥିବା ଦେଖାଯାଇଛି।
ଭିଡିଓରେ ସମୀର କହୁଛନ୍ତି, ମୁଁ ଆପଣ ମାନଙ୍କର ମତ ଶୁଣିଲି।ଧନ୍ୟବାଦ ଦେବା ସହ କୃତଜ୍ଞତା ଆଉ ଥରେ ଜଣାଇବି, ଯେଉଁ ବିଶ୍ୱାସ ଆଉ ଭରସା ଆପଣମାନେ ରଖିଛନ୍ତି। ଆପଣଙ୍କ ପ୍ରସ୍ତାବ ଆସିଛି ଯଦି ଦଳ ପ୍ରାର୍ଥୀ ବଦଳାଉନାହିଁ, ସମୀର ଦାଶ ନହେଲେ ସୁନୀତା ଦାଶଙ୍କୁ ଆମେ ଗ୍ରହଣ କରିବୁ। ହେଲେ ମନେରଖନ୍ତୁ ଟେଲିଫୋନ ଆସିବ ନାହିଁ। ଶଙ୍ଖ ଦଳରୁ ଯିଏ ପ୍ରାର୍ଥୀ ହୋଇଛନ୍ତି, ଆମ ସଂଗଠନ ଛାଡ଼ି ତାଙ୍କର ସହଯୋଗୀ ହୋଇଥିବା କିଛି ନେତା, ଆମ ଭିତରେ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରିବେ। ଆମକୁ ସତର୍କ ରହିବା ସହ ଏକାଠି ଲଢ଼ିବାକୁ ହେବ।
ସେହିଭଳି ଭିଡିଓରେ ଅନ୍ୟଜଣେ ନେତା ୨୦ ବର୍ଷ ଧରି ନିମାପଡ଼ାରେ ସମୀରଙ୍କ ନେତୃତ୍ୱରେ ସଂଗଠନ ଚାଲିଆସୁଛି ବୋଲି କହିଥିଲେ। ଏହାଛଡ଼ା ସମୀର ଛାତ୍ର ଜୀବନରୁ ନିର୍ବାଚନ ଜିତିଆସୁଛନ୍ତି। ଏବେ ଯଦି ଦଳ ତାଙ୍କ ପ୍ରତି ଅବିଚାର କରିଛି ତେବେ ସଂଗଠନ ତାଙ୍କ ସହ ଛିଡ଼ା ହେବା ଉଚିତ। ଆବଶ୍ୟକ ପଡ଼ିଲେ ସେ ସ୍ବାଧୀନ ଭାବେ ଲଢ଼ିବେ ବୋଲି କର୍ମୀଜଣଙ୍କ କହୁଥିବା ଦେଖାଯାଇଛି।












Click it and Unblock the Notifications