୨୦୨୫ ସୁଦ୍ଧା ରାଜ୍ୟରେ ଲାଗୁ ହେବ NEP, ସରକାର ଗଠନ କଲେ ଟାକ୍ସ ଫୋର୍ସ କମିଟି
Odisha To Implement National Education Policy: ୨୦୨୫ ସୁଦ୍ଧା ରାଜ୍ୟରେ ବିଦ୍ୟାଳୟ ସ୍ତରରେ ଲାଗୁ ହେବ NEP । ଏନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନତ୍ୟାନନ୍ଦ ଗଣ୍ତ । ଏଥିପାଇଁ ୬ଟି ସବକମିଟି ଗଠନ କରାଯାଇ ସେଥିରେ ସୁପାରିଶ କରାଯିବ ଏବଂ ସମସ୍ତଙ୍କ ମତାମତ ନେବା ପରେ ଏନିପି ଲାଗୁ କରାଯିବା ନେଇ ସୂଚନା ରହିଛି ।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶିକ୍ଷକଙ୍କ ଆଭାବକୁ ଦୂର କରିବା ପାଇଁ ଆମେ ବ୍ୟବସ୍ଥା କରୁଛୁ । ଶିକ୍ଷା କ୍ଷେତ୍ରରେ ଯାହା ଆବଶ୍ୟକ ତାହା ପୂରଣ କରିବା ପାଇଁ ଆମ ପ୍ରୟାସ ଜାରି ରହିଛି । ସେହିପରି ବୈକୁଣ୍ଠ ଧାମକୁ ନେଇ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ଆମେ ଅନୁଧ୍ୟାନ କରୁଛୁ, ଆବଶ୍ୟକ ପଡିଲେ ତୁଦନ୍ତ କରାଯିବ । ପ୍ରକୃତ ଘଟଣା ଜଣା ପଡିବା ପରେ ଉଚିତ୍ ପଦକ୍ଷେପ ନିଆଯିବ ।












Click it and Unblock the Notifications