ରାଜ୍ୟରେ ବଢ଼ିବ କି ଲକଡାଉନ ?, ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ
ଏହି ସଂକ୍ରାନ୍ତରେ ଆଜି ସଂଧ୍ୟା ସାଢ଼େ ୬ଟାରେ ବିବୃତି ରଖିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିବୃତିରେ ରାଜ୍ୟରେ ଲକଡାଉନ୍ ବଢ଼ାଇବା ନେଇ ସୂଚନା ଦେଇପାରନ୍ତି ମୁଖ୍ୟ ଶାସନ ସଚିବ ।
ଭୁବନେଶ୍ୱର: ରାଜ୍ୟରେ ବଢ଼ିବ କି ଲକଡାଉନ ? ଜୁନ 1ରେ ଶେଷ ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ହେବ । ଏହା ପୂର୍ବରୁ କଣ ହେବ ସରକାରଙ୍କ ଆଭିମୁଖ୍ୟ । ସଂକ୍ରଣମରେ ବ୍ରେକ ଲାଗୁ ନଥିବା ବେଳେ କଣ ରାଜ୍ୟରେ ଲକଡାଉନକୁ ଆଉ କିଛି ଦିନ ବୃଦ୍ଧି କରାଯିବ କି ? ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଏବେ ଉଙ୍କି ମାରୁଛି ।

ତେବେ ଏହି ସଂକ୍ରାନ୍ତରେ ଆଜି ସଂଧ୍ୟା ସାଢ଼େ ୬ଟାରେ ବିବୃତି ରଖିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିବୃତିରେ ରାଜ୍ୟରେ ଲକଡାଉନ୍ ବଢ଼ାଇବା ନେଇ ସୂଚନା ଦେଇପାରନ୍ତି ମୁଖ୍ୟ ଶାସନ ସଚିବ ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସ୍ଥିତିରେ ସେମିତି କିଛି ଆଖିଦୃଶିଆ ପରିବର୍ତ୍ତନ ଆସିନି। ବାତ୍ୟା ୟାସ ଯୋଗୁ କିଛି ଦିନ ଟେଷ୍ଟିଂ କମି ଥିଲା। ତେଣୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବି କମ୍ ରହିଥିଲା। କିନ୍ତୁ ଟେଷ୍ଟିଂ ବଢ଼ିବା ସହିତ ପଜିଟିଭ୍ ସଂଖ୍ୟା ବି ବଢୁଛି। ତେଣୁ ରାଜ୍ୟ ସରକାର ପୁଣି ଥରେ ଲକ୍ଡାଉନ୍ ଅବଧି ବଢ଼ାଇ ପାରନ୍ତି ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷରେ ଅପରାହ୍ଣ ସାଢ଼େ ୪ଟାରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର କୋଭିଡ ସ୍ଥିତି ଓ ପଦକ୍ଷେପ ନେଇ କିଛି କହିବେ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ିବାରୁ ମେ' ୫ ତାରିଖରେ ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। କିନ୍ତୁ ସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ନ ହେବାରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଥିଲା, ଯାହା ଜୁନ୍ ୧ ତାରିଖ ସକାଳ ୫ଟାରେ ଶେଷ ହେବ।












Click it and Unblock the Notifications