ଲକ୍ଷ୍ମୀ ବସରୁ ହଟିଲା ଶଙ୍ଖ ଷ୍ଟିକର୍‌

ଭୁବନେଶ୍ୱର: ନିକଟରେ ଓଡିଶାର ବିଧାନସଭା ନିର୍ବାଚନ ଫଳାଫଳ ପରେ ଓଡିଶା ରାଜନୀତିରେ ଦେଖାଦେଇଛି ବଡ ପରିବର୍ତନ । ରାଜ୍ୟରେ ୨୪ ବର୍ଷର ସରକାରରେ ପଡିଛି ପୂର୍ଣ୍ଣଚ୍ଛେଦ । ଏହାପରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଶଙ୍କା ସୃଷ୍ଟି ହୋଇଛି । ପୂର୍ବରୁ ମୁଖ୍ୟ ଶାସନ ସଚିବ ବିଏସକେୱାଇ କାର୍ଡ ଚାଲୁଥିବା ନେଇ ସ୍ପଷ୍ଟିକରଣ ଦେଇଥିବା ବେଳେ ବର୍ତମାନ ଲକ୍ଷ୍ମୀ ବସରୁ ଶଙ୍ଖ ହଟିବା ଆଉ ଏକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ।

ଗତ କିଛି ମାସ ପୂର୍ବରୁ ଓଡିଶା ସରକାରଙ୍କ ତରଫରୁ ରାଜ୍ୟ ପରିବହନ ବିଭାଗ ଏବଂ ଓଏସଆରଟିସି ଦ୍ୱାରା ରାଜ୍ୟର ପ୍ରତ୍ୟେକ ବ୍ଲକ ରେ ଲକ୍ଷ୍ମୀ ବସ ଦିଆ ଯାଇଥିବା ବେଳେ ଫିରିଙ୍ଗିଆ ବ୍ଲକରେ ମଧ୍ୟ ୭ଟି ଲକ୍ଷ୍ମୀ ବସ ଦିଆ ଯାଇ ବ୍ଲକରୁ ପ୍ରତ୍ୟେକ ପଞ୍ଚାୟତ ପର୍ଯ୍ୟନ୍ତ ଯାତ୍ରୀଙ୍କ ପାଇଁ ବିଶେଷ କରି ମହିଳାମାନଙ୍କ ଯାତ୍ରା ପାଇଁ ୫ ଟଙ୍କାରେ ଯିବା ପାଇଁ ସୁବିଧା କରା ଯାଇଥିଲା ।

LAXMI Bus

ଏହି ବସ ରେ ଓଡିଶା ସରକାର ଲେଖା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଫୋଟ ସହ ୫ ଟି ଲେଖା ଏବଂ ଲକ୍ଷ୍ମୀ ବସ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳାଙ୍କ ଫୋଟ ଷ୍ଟିକର ଲଗାଇ ସଜା ଯାଇଥିଲା । ହଠାତ ଗତ ରାତିରେ ଗାଡ଼ିରେ ଲାଗିଥିବା ସବୁ ଷ୍ଟିକର ହଟାଇ ଦେଇଥିବା ବେଳେ ଗାଡି ରେ କେବଳ ଓଏସଆରଟିସି ଷ୍ଟିକର ଲଗାଯାଇ ଗାଡି ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+