Get Updates
Get notified of breaking news, exclusive insights, and must-see stories!

ଘୁଞ୍ଚିବ କି ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନ ?

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିବାଦ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା । ସୁପ୍ରିମକୋର୍ଟ ଅର୍ଡର ଅନୁସାରେ ଏହା ଲାଗୁ କରାଯାଇଥିବା ସେ କହିଛନ୍ତି ।

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିବାଦ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା । ସୁପ୍ରିମକୋର୍ଟ ଅର୍ଡର ଅନୁସାରେ ଏହା ଲାଗୁ କରାଯାଇଥିବା ସେ କହିଛନ୍ତି । ଓଡିଶା ସରକାର ଏହାର ଅର୍ଡର ଦେଇ ନାହାନ୍ତି । ୨୨ ରୁ ୨୬ଟି ରାଜ୍ୟ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନିୟମ ଲାଗୁ କରାଯାଉଥିବା ସେ କହିଛନ୍ତି ।

High Security Number Plate

ତେବେ ହାଇକୋର୍ଟ ଯଦି ନିର୍ଦ୍ଦେଶ ଦେବେ ତାହେଲେ ସମୟ ସୀମାକୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି । ଏତେ ବଡ ମାତ୍ରାରେ ଏହି ପ୍ରକ୍ରିୟା ଚାଲିଥିବାରୁ ଲୋକଙ୍କୁ ଏଥିରେ ସମସ୍ୟା ହୋଇପାରେ । ତେବେ ସମସ୍ୟାର ସମାଧାନ ପାଇଁ ୨୪ ଘଣ୍ଟିଆ କଷ୍ଟମର କେୟାର ଅଛନ୍ତି ବୋଲି ପରିବହନ କମିଶନର କହିଛନ୍ତି ।

ସେପଟେ ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଡେଡଲାଇନ ସରି ଆସୁଛି । ଅକ୍ଟୋବର ପହିଲାରୁ ଜରମାନା ଆଦାୟ କରାଯିବ । ଏପରି ସ୍ଥଳେ ସ୍ଲଟ୍ ମିଳୁ ନଥିବାରୁ ଚିନ୍ତାରେ ପଡିଛନ୍ତି ରାଜ୍ୟବାସୀ ।

କେବଳ ଏତିକି ନୁହେଁ ଆଗକୁ ରାଜ୍ୟରେ କାରର ପଛ ସିଟରେ ବସୁଥିବା ବ୍ୟକ୍ତି ବି ସିଟ୍ ବେଲଟ ଲଗାଇବା ବାଧ୍ୟତାମୂଳକ ହେବ ବୋଲି କହିଛନ୍ତି ଅରୁଣ ବୋଥ୍ରା । କିଛି ଦିନ ତଳେ କାରର ପଛ ସିଟରେ ବସି ସିଟ ବେଲ୍ଟ ନଲଗାଇଥିବାରୁ ବିଶିଷ୍ଟ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଆଉ ସାଇରସଙ୍କ ମୃତ୍ୟୁ ପରେ କାର ପଛ ସିଟ୍ରେ ବସୁଥିଲେ ବି ସିଟ ବେଲ୍ଟ ଲଗାଇବା ବାଧ୍ୟତାମୂଳକ କରିବାକୁ କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+