Get Updates
Get notified of breaking news, exclusive insights, and must-see stories!

ଆସନ୍ତା ଆଇପିଏଲରେ ଆସିବ କି 'କଟକ ଟିମ୍' ? ଜବାବ ରଖିଲେ ଓସିଏ ସମ୍ପାଦକ

ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା । ସଞ୍ଜୟ କହିଛନ୍ତି, ପ୍ରଥମଥର ଲାଗି ଆଇପିଏଲ ବିଡିଂ ପ୍ରକ୍ରିୟାରେ କଟକକୁ ସାମିଲ୍ କରାଯାଇଛି...

କଟକ: ଆସନ୍ତା ଆଇପିଏଲ ଋତୁରେ ୮ ବଦଳରେ ୧୦ ଦଳ ଖେଳିବେ । ନୂଆ ଦୁଇ ଟିମ ସାମିଲ ହେବେ । ଆସନ୍ତା ୨୫ ତାରିଖରେ ବିଡିଂ ପ୍ରକ୍ରିୟା ସମାପ୍ତ ହେବା ପରେ ଦୁଇ ନୂଆ ଦଳ ନେଇ ଘୋଷଣା କରିବ ବିସିସିଆଇ। ତେବେ ଗତକାଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାଇ, ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ୍) କଟକ ପାଇଁ ବିଡ୍ ଭେରିବାକୁ ଆଗ୍ରହ ଦେଖାଇଛନ୍ତି । ଆଉ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

Cuttack Franchise

ତେବେ ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା । ସଞ୍ଜୟ କହିଛନ୍ତି, ପ୍ରଥମଥର ଲାଗି ଆଇପିଏଲ ବିଡିଂ ପ୍ରକ୍ରିୟାରେ କଟକକୁ ସାମିଲ୍ କରାଯାଇଛି। ବିଡିଂରେ ମୋଟ ୨୦ଟି କମ୍ପାନୀ ସାମିଲ୍ ଅଛନ୍ତି। ଏଥିମଧ୍ୟରୁ ଦୁଇଟି କମ୍ପାନୀ ହିଁ ବଛାଯିବ। ଯେହେତୁ ଜେଏସପିଏଲ୍ ବିଡିଂ ପ୍ରକ୍ରିୟାରେ ଅଛି। ତେଣୁ ଆମେ ଆଶା କରିବୁ ଯେ କଟକ ଜେଏସପିଏଲର ଭେନ୍ୟୁ ହେବ ବୋଲି ସଞ୍ଜୟ କହିଛନ୍ତି ।

କାହିଁକି କଟକ ?

"କଟକକୁ ଭେନ୍ୟୁ କରିବାର ଉଦ୍ଦେଶ୍ୟ ହେଉଛି ମୋଟେରା ଓ ଲକ୍ଷ୍ନୌ ଷ୍ଟାଡିୟମ ପରେ କଟକରେ ଦର୍ଶକଙ୍କ କ୍ଷମତା ଅଧିକ ରହିଛି ଏବଂ ଭିଭିଆଇପି ବକ୍ସ ମଧ୍ୟ ଅଧିକ ରହିଛି। ତେଣୁ କଟକକୁ ଭେନ୍ୟୁ କରିବା ପାଇଁ ଆମେ ଯଥାସମ୍ଭବ କମ୍ପାନୀମାନଙ୍କୁ ଅନୁରୋଧ କରିଛୁ।" ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।

ଓସିଏର ଭୂମିକା କଣ ରହିବ ?

ଶ୍ରୀ ବେହେରା କହିଛନ୍ତି, କଟକ ଭେନ୍ୟୁ ହେଲେ, ସଂପୃକ୍ତ କମ୍ପାନୀକୁ ଓସିଏ ପୂରା ସହଯୋଗ କରିବ। ଆବଶ୍ୟକ ପଡ଼ିଲେ ସରକାରୀ ସ୍ତରରେ ଉକ୍ତ କମ୍ପାନୀକୁ ସହାୟତା କରିବା ପାଇଁ ପ୍ରୟାସ କରିବୁ। କଟକ ଭେନ୍ୟୁ ହେଲେ ଓଡ଼ିଶା ଖେଳାଳି ମାନେ ବହୁତ ଉପକୃତ ହେବେ। ବାରବାଟୀର ଭିତ୍ତିଭୂମି ଅନ୍ୟ ବଡ଼ ବଡ଼ ଷ୍ଟାଡିୟମ ମଧ୍ୟ ବେଶ ଅତ୍ୟାଧୁନିକ ରହିଛି। ଆମେ ମଇଦାନକୁ ନୂଆ ଭାବେ କାମ କରାଇଛୁ ଏବଂ ଆଗାମୀ ଦିନରେ ଲାଇଟ୍ କାମ ମଧ୍ୟ କରାଯିବ। ତେଣୁ ଏସବୁ ଭିତ୍ତିଭୂମିକୁ ନେଇ ସଂପୃକ୍ତ କମ୍ପାନୀ ବିଡିଂ ଭରିବେ କି ନାହିଁ, ତାହା କମ୍ପାନୀ ମାନଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+