Get Updates
Get notified of breaking news, exclusive insights, and must-see stories!

ବିଜୁ ପଟ୍ଟନାୟକଙ୍କୁ ମିଳିବ କି ଭାରତ ରତ୍ନ ? କାଲି ବିଜୁ ଜୟନ୍ତୀରେ ଘୋଷଣା କରିପାରନ୍ତି ମୋଦୀ

କିଏ ତାଙ୍କୁ କୁହେ ଝଡର ଇଗଲ, ମାଟିର ମୂର୍ତ୍ତିକାର, କିଏ କହେ ଉତ୍କଳ ଷଣ୍ଢ ତ ଆଉ କିଏ କହେ ଦ୍ୱିତୀୟ ଖାରବେଳ । ଅନେକ ବ୍ୟକ୍ତି ଭାରତବର୍ଷରେ ତାଙ୍କୁ ଅନେକ ନାମରେ ଡାକନ୍ତି ସେହି ମହାନ୍ ଦେଶଭକ୍ତ, ସ୍ୱାଧନତା ସଂଗ୍ରାମୀ, ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ । କିନ୍ତୁ ସେ ଥିଲେ ଭାରତ ମାଟିର ଉତ୍କଳ 'ମା'ର ସୁଯୋଗ୍ୟ ସନ୍ତାନ । ତାଙ୍କ ମନରେ ଥିଲା ଦେଶ ମାତୃକାର ସେବା କରିବା ।

ତେବେ ଏଠାରେ ପ୍ରଶ୍ନ ବିଜୁବାବୁଙ୍କୁ ମିଳିବ କି ଭାରତ ରତ୍ନ ? ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ମିଳିବା ନେଇ ଚର୍ଚ୍ଚା ହେଉଛି । କାଲି ବିଜୁବାବୁଙ୍କ ଜୟନ୍ତୀରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏହି ଅବସରରେ ବିଜୁବାବୁଙ୍କୁ ଭାରତ ରତ୍ନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

biju patnaik

ବିଜୁବାବୁଙ୍କୁ ଭାରତ ରନ୍ ପ୍ରଦାନ କରିବାକୁ ପୂର୍ବରୁ ରାଜ୍ୟ ସରକାର ପୁର୍ବରୁ ଅନେକ ଥର ଦାବି ଉଠାଇ ଆସିଛନ୍ତି । ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ବିଜୁଙ୍କୁ ଭାରତର ସବୋଚ୍ଚ ବେସାମରିକ ସମ୍ମାନ ମିଳୁ ବୋଲି ଦାବି କରିଛନ୍ତି । ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କଠାରୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକର ତୁଳସୀପୁରଠାରେ ତୃତୀୟ ସନ୍ତାନ ଭାବେ ଜନ୍ମ ନେଇଥିଲେ ।

୧୯୪୬ରେ ଜବାହରଲାଲ୍ ନେହେରୁଙ୍କ ପରାମର୍ଶକ୍ରମେ ଇଣ୍ଡୋନେସିଆ ସ୍ବତନ୍ତ୍ରତା ସଂଗ୍ରାମର ଦୁଇ ତୁଙ୍ଗ ନେତାଙ୍କୁ ବିଜୁ ପଟ୍ଟନାୟକ ତାଙ୍କ ଡାକୋଟା ବିମାନରେ ଡଚ୍‌ମାନଙ୍କ କବଳରୁ ଉଦ୍ଧାର କରି ଦିଲ୍ଲୀ ନେଇ ଆସିଥିଲେ । ସେଥିପାଇଁ ବିଜୁବାବୁଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭୂମିପୁତ୍ର' ପ୍ରଦାନ କରାଯାଇଥିଲା।

ତେବେ ଚଳିତ ବର୍ଷ ୫ଜଣ ବିଶିଷ୍ଟ ବ୍ୟକ୍ତି ଲାଲକୃଷ୍ଣ ଆଡଭାନୀ, କର୍ପୁରୀ ଠାକୁର, ଚୌଧୁରୀ ଚରଣ ସିଂ, ପିଭି ନରସିହ୍ନା ରାଓ ଓ ଏମଏସ ସ୍ୱାମୀନାଥନଙ୍କୁ ଭାରତରନ୍ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଆଉ ବିଜୁ ବାବୁଙ୍କୁ ଭାରତ ରତ୍ନ ମିଳିପାରେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+