ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଫେସବୁକ ଲାଇଭ କରି କହିଲେ ଦିଆଯାଉଛି ମାନସିକ ନିର୍ଯ୍ୟାତନା
ସମାଜସେବୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଫେସବୁକ୍ ଲାଇଫ କରି ଆତ୍ମହତ୍ୟା କଥା କଲେ ଖୁଲାସା ।
ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଫେସବୁକ୍ ଲାଇଫ କରି ଆତ୍ମହତ୍ୟା କଥା କଲେ ଖୁଲାସା । ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଆଣିଲେ ବିଦ୍ୟାଶ୍ରୀ ।

ମୁଁ ଆଉ ନିନ୍ଦା ଅପବାଦ ସହିପାରୁନି। ଏଠି ପ୍ରତିଦିନ ମୋ ଚରିତ୍ରକୁ ସଂହାର କରାଯାଉଛି। ଆଦିତ୍ୟଙ୍କ ମୃତ୍ୟୁ ପାଇଁ ମୋତେ ଦାୟୀ କରି ସୋଶାଲ ମିଡିଆରେ ଯାବତୀୟ ଭିଡିଓ କରି ଅପମାନିତ କରାଯାଉଛି। ତେଣୁ ମୁଁ ଅତ୍ମହତ୍ୟାକୁ କରିବାକୁ ଚାହେଁ। ଫେସବୁକ୍ ଲାଇଭ କରି ଆଜି ଏମିତି କିଛି କହି ଅତ୍ମହତ୍ୟା ଉଦ୍ୟମ କରିଛନ୍ତି ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ।
ବିଦ୍ୟାଶ୍ରୀ କହିଛନ୍ତି ଯେ, ପୂର୍ବରୁ ମୁଁ ୩୦ଟି ସ୍ଲିପିଂ ପିଲ୍ ଖାଇଛି। ସେଥିରେ ରିଏକ୍ସନ ହେଉ ନଥିବାରୁ ମୁଁ ଆହୁରି ବଟିକା ଖାଇବାକୁ ବାଧ୍ୟ ହେଉଛି । ଏଥିସହ ସେ ଏକ ଡାଏରି ଦେଖାଉଛନ୍ତି । ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ନାମ ସେ ଡାଏରିରେ ଲେଖିଛନ୍ତି ବୋଲି କହୁଛନ୍ତି।
ସୂଚନା ଯୋଗ୍ୟ ଯେ, ଗତ କିଛି ମାସ ତଳେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ହୋଇଥିଲା । ଏହାକୁ କେହି କେହି ଆତ୍ମହତ୍ୟା କହୁଥିବା ବେଳେ ଏ ନେଇ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଦାୟୀ କରୁଥିଲେ ।












Click it and Unblock the Notifications