ଆସୁଛି ଖରାଦିନ, ହୋଇଯାଆନ୍ତୁ ସାବଧାନ, ନଚେତ୍...
ରାଜ୍ୟରେ ବର୍ତ୍ତମାନ ପାଗ ବଦଳୁଛି । ପାଗ ବଦଳିବା ବଦଳିବା ସହିତ ରୋଗ ଗୁଡିକ ମଧ୍ୟ ସେମାନଙ୍କର ରୂପ ବଦଳାଇବା ଆରମ୍ଭ କରିଛନ୍ତି । ଏପରି କିଛି ରୋଗ ଅଛି, ଯାହା ଗ୍ରୀଷ୍ମ ଋତୁରେ ତଥା ଖରା ଦିନରେ ଲୋକଙ୍କୁ ଶୀଘ୍ର ବ୍ୟାପିଥାଏ । ହେଲେ ଏହି ରୋଗ ଗୁଡିକ ସାଧାରଣ, କିନ୍ତୁ ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ଭୟଙ୍କର ହୋଇପାରେ ।
ରୋଗ ଗୁଡିକର ଚିକିତ୍ସା ଘରେ ମଧ୍ୟ ସମ୍ଭବ ହୋଇପାରିବ । ତେଣୁ ଆମେ ଆପଣଙ୍କୁ ଏପରି କିଛି ରୋଗ ବିଷୟରେ କହିବାକୁ ଯାଉଛୁ ଯାହା ଗ୍ରୀଷ୍ମ ଋତୁରେ ଲୋକଙ୍କୁ ଅଧିକ ଶୀଘ୍ର ଆକ୍ରମଣ କରିଥାଏ ଏବଂ ସେଗୁଡିକୁ ଏଡାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣି ରଖନ୍ତୁ । ଯାହା ଘରେ ବସି ଚିକିର୍ସା କରି ପାରିବେ । ହୃଦଘାଡ୍ - ହାର୍ଟ ଷ୍ଟ୍ରୋକ୍ ହେଉଛି ସାଧାରଣ ରୋଗ, ଯାହା ଶରୀରରେ ଜଳୀୟ ଅଂଶ ଅଭାବ ହେବାରୁ ଏହା ହୋଇଥାଏ । କିନ୍ତୁ ଯଦି ଏହାର ସଠିକ ସମୟରେ ଚିକିତ୍ସା ନକରାଯାଏ ଏହା ମଣିଷର ଜୀବନ ମଧ୍ୟ ନେଇପାରେ ।

ଏହା ଦ୍ୱାରା ରୋଗୀ ଶରୀରରେ ଫୁଡ ପଏଜନିଙ୍ଗ, ଜ୍ୱର, ପେଟ ଯନ୍ତ୍ରଣା ଏବଂ ବାତ୍ତି ଭଳି କିଛି ସମସ୍ୟା ଦେଖୁବାକୁ ମିଳିଥାଏ । ଏଥୁରୁ ରକ୍ଷା କରିବା ପାଇଁ ନିଜ ଖାଦ୍ୟପେୟର ଧ୍ୟାନ ରଖୁବା ସହ ଅଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ । ହାର୍ଟ ଷ୍ଟ୍ରୋକକୁ ଏଡ଼ାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଆପଣଙ୍କ ଖାଦ୍ୟର ଯତ୍ନ ନେବା । ଶରୀରରେ ଜଳର ଅଭାବ ଗ୍ରୀଷ୍ମ ଋତୁରେ ଏହାକୁ ଦୁର୍ବଳ କରିଥାଏ । ଏହି କ୍ଷେତ୍ରରେ ରୋଗର ଆଶଙ୍କା ବଢିଯାଏ । ସେଥିପାଇଁ ଗ୍ରୀଷ୍ମ ସମୟରେ ଶରୀରକୁ ହାଇଡ୍ରେଟ୍ ରଖୁବା ଜରୁରୀ ଅଟେ । ଏଥିପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ ଏବଂ ନିଶ୍ଚିତ ଭାବରେ ସବୁଜ ପନିପରିବା, ସାଲାଡ ଏବଂ ଫଳ ଖାଆନ୍ତୁ ।
ଏହି କାରଣରୁ ଶରୀରରେ ଜଳର ଅଭାବ ରହିବ ନାହିଁ, ଯାହା ହାର୍ଟ ଷ୍ଟ୍ରୋକର ଆଶଙ୍କା ମଧ୍ୟ ହ୍ରାସ କରିବ । ଗରମ ଦିନରେ ଶରୀର ଉପରେ ଧ୍ୟାନ ରଖୁବା ନିହାତି ଜରୁରୀ ହୋଇଥାଏ । ଏସିଡିଟି - ଖରାଦିନେ ଏସିଡିଟି ହେଉଛି ସବୁଠାରୁ ବଡ ସମସ୍ୟା ଏବଂ ଯଦି ଯାତ୍ରା ସମୟରେ ଅମ୍ଳତା ସମସ୍ୟା ଦେଖାଯାଏ । ତେବେ ଜୀବନ ଚାଲିଯିବା ପରି ମନେହୁଏ । ଅଧୁକ ଏସିଡିଟି ହେଲେ ଛାତିରେ ଜଳା ପୋଡା ଏବଂ ଯନ୍ତ୍ରଣା, ବାନ୍ତି ଭଳି ଅନୁଭବ କରିବା ଭଳି ଅନ୍ୟାନ୍ୟ ସମସ୍ୟା ଦେଖାଯାଏ ।
ଏପରି ପରିସ୍ଥିତିରେ, ଯେତେବେଳେ ଏହି ସମସ୍ୟା ବାରମ୍ବାର ଘଟିବା ଆରମ୍ଭ କରେ, ଏହା ଏକ ଗମ୍ଭୀର ସମସ୍ୟାର ରୂପ ନେଇଥାଏ । ଏଭଳି ପରିସ୍ଥିତିରେ, ଏହାକୁ ଏଡ଼ାଇବା ପାଇଁ ଏବଂ ଖାଦ୍ୟ ଉପରେ ନିୟନ୍ତ୍ରଣ କରିବା ସତର୍କ ରହିବା ଆବଶ୍ୟକ । ଏସିଡିଟିକୁ ଏଡାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଭଜା ଏବଂ ମସଲାଯୁକ୍ତ ଖାଦ୍ୟକୁ ଦୂରେଇ ରହିବା । କାରଣ ଏହା ଏସିଡିଟିର ସବୁଠାରୁ ବଡ କାରଣ । ଜଣ୍ଡିସ୍ -ଗ୍ରୀଷ୍ମ ଋତୁରେ ପିଲା କିମ୍ବା ବୟସ୍କମାନଙ୍କଠାରେ ଜଣ୍ଡିସର ଆଶଙ୍କା ବଢି ଯାଏ ।
ଜଣ୍ଡିସକୁ ହେପାଟାଇଟିସ୍ ଏ ମଧ୍ୟ କୁହାଯାଏ । ଜଣ୍ଡିସର ସବୁଠାରୁ ବଡ କାରଣ ହେଉଛି ଦୂଷିତ ଜଳ ଏବଂ ଦୂଷିତ ଖାଦ୍ୟ । ଜଣ୍ଡିସରେ ରୋଗୀର ଆଖୁ ଏବଂ ନଖ ହଳଦିଆ ହୋଇଯାଏ ଓ ପରିସ୍ରା ମଧ୍ୟ ହଳଦିଆ ରଙ୍ଗର ହୋଇଥାଏ । ଯଦି ଏହାକୁ ସଠିକ୍ ଚିକିତ୍ସା ଦିଆଯାଇନଥାଏ । ତେବେ ଏହା ଏକ ଗମ୍ଭୀର ରୂପ ନେଇପାରେ । ତେଣୁ ଜଣ୍ଡିସ୍ ହେବା ପୂର୍ବରୁ ସତର୍କ ରହିବା ଜରୁରୀ । ଖରା ଦିନରେ ସତର୍କତା ଅବଲମ୍ବନ କରିବା ହେଉଛି ଏହାର ଏକମାତ୍ର ଉପାୟ ।












Click it and Unblock the Notifications