କାହିଁକି ଅବସର ନେଲେ ପଣ୍ଡିଆନ ? କ'ଣ ରହିଛି କାରଣ ?
ପାଣ୍ଡିଆନ କ'ଣ ରାଜନୀତି କରିବେ ? କଣ ଆଗାମୀ ବିଧାନସଭାରେ ସେ ପ୍ରାର୍ଥୀ ? କଣ ବିଜେଡିର ପ୍ରମୁଖ ଦାୟିତ୍ବରେ ରହିବେ ? ନା ଆଉ କିଛି ରହିଛି ରହସ୍ୟ ? କେବଳ ସାଧାରଣ ଲୋକ ନୁହେଁ, ପ୍ରତି ଓଡ଼ିଆ ମନରେ ଏବେ ଏହି ପ୍ରଶ୍ନ ଉଙ୍କି ମାରୁଛି । କାରଣ କିଛି ଜଣ ଓଡ଼ିଶା ରାଜନୀତିର ଭବିଷ୍ୟତ ଭାବରେ ତାଙ୍କୁ ମାନିଲେଣି । ତେବେ ଏହା ପରେ ତାଙ୍କ ଆଭିମୁଖ୍ୟ କଣ ରହିବ ସେ ନେଇ ଖୁବ୍ ଶୀଘ୍ର ପୁରା ସ୍ପଷ୍ଟତା ଆସିବ ।
ପାଣ୍ଡିଆନ ହଠାତ କଣ ପାଇଁ ଅବସର ନେଲେ ? ସେଥିରେ ପୁଣି ଅବସର ନେଉ ନେଉ ନବୀନ ଓଡ଼ିଶା ଏବଂ ୫ଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ । ତେବେ ଏହାରି ଭିତରେ ଆଉ ଏକ ତଥ୍ଯ ସାମ୍ନାକୁ ଆସିଛି । କେନ୍ଦ୍ରୀୟ ଟ୍ରେନିଂ ଏଡ଼ାଇବାକୁ ଅବସର ନେଇଥିବା ଏବେ ଚର୍ଚ୍ଚା ହେଉଛି। ଏ ସଂପର୍କରେ RTI ତଥ୍ୟ ମାଗିଥିବା ନିର୍ଭୟ ସାମନ୍ତରାୟ ଏ ନେଇ କହିଛନ୍ତି ।

ନିର୍ଭୟ କହିଛନ୍ତ ଯେ, ସେ ୨୦୦୦ ବ୍ୟାଚ୍ର ୩ IASଙ୍କ ଟ୍ରେନିଂ ସଂପର୍କରେ ତଥ୍ୟ ମାଗିଥିଲେ । ଭି.କେ ପାଣ୍ଡିଆନ, ସୁଜାତା କାର୍ତ୍ତିକେୟନ ଓ ଟି. ଆଓଙ୍କ ତଥ୍ୟ ମାଗିଥିଲେ । ୨୦୨୨ ଜୁନରେ DOPT ୩ ଜଣଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ଯେ ତାଙ୍କ ମଧ୍ୟରୁ କେବଳ ଟି. ଆଓ ସମସ୍ତ ୩ଟି କେନ୍ଦ୍ରୀୟ ଟ୍ରେନିଂ ଶେଷ କରିଛନ୍ତି ।
ହେଲେ ଭି.କେ ପାଣ୍ଡିଆନ ଓଁସୁଜାତା କାର୍ତ୍ତିକେୟଙ୍କ ୨ଟି ଟ୍ରେନିଂ ବାକି ରହିଛି । ତେଣୁ ଉଭୟଙ୍କୁ ଟ୍ରେନିଂ ପଠାଇବାକୁ ଏନେଇ କେନ୍ଦ୍ରକୁ ପଚାରିଥିଲେ ନିର୍ଭୟ ସାମନ୍ତରାୟ । ସେପ୍ଟେମ୍ବର ୧୫ରେ କାର୍ମିକ ମନ୍ତ୍ରାଳୟ ଟ୍ରେନିଂ ଡିଭିଜନକୁ ଚିଠି କରି ୨ ମାସ ଭିତରେ ଟ୍ରେନିଂ ବ୍ୟବସ୍ଥା କରିବାକୁ ଚିଠିରେ କହିଥିଲା । ତେଣୁ ନଭେମ୍ବର ୧୫ ତାରିଖରେ ଭି.କେ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟଙ୍କୁ ନିଶ୍ଚିତ ଟ୍ରେନିଂ ଯିବାର ଥିଲା। କେନ୍ଦ୍ରକୁ ନଯିବା ପାଇଁ ହୁଏତ ସେ VRS ନେଇଥାଇ ପାରନ୍ତି ବୋଲି ସେ କହିଛନ୍ତି । ତେବେ ଏନେଇ କିଛି ସ୍ପଷ୍ଟ ହୋଇ ନାହିଁ ।
ଗତକାଲି ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଭି.କେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତାଙ୍କ ଇସ୍ତଫାକୁ ନେଇ ଯେତିକି ଚର୍ଚ୍ଚା, ତା'ଠୁ ଅଧିକ ଚର୍ଚ୍ଚା ଇସ୍ତଫା ପଛର କାରଣ ଏବଂ ପରବର୍ତ୍ତୀ ପଦକ୍ଷେପକୁ ନେଇ ହୋଇଥିଲା। ପାଣ୍ଡିଆନ ହଠାତ କାହିଁକି VRS ନେଲେ ?












Click it and Unblock the Notifications