Get Updates
Get notified of breaking news, exclusive insights, and must-see stories!

କାହିଁକି ବଢୁଛି ଆତ୍ମହତ୍ୟା ପ୍ରବଣତା ?

ଆତ୍ମହତ୍ୟା, ଜୀବନର ଶେଷ ରାସ୍ତା କି ? ଭାରତୀୟ ଯୁବବର୍ଗ ମାନସିକ ଶାନ୍ତି ହରାଇ କ୍ରମଶଃ ଆତ୍ମହତ୍ୟା ପରି ଜୀବନର ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବାରେ ଲାଗିଛି।

Why Suicide Rate Rising: ଆତ୍ମହତ୍ୟା, ଜୀବନର ଶେଷ ରାସ୍ତା କି ? ଭାରତୀୟ ଯୁବବର୍ଗ ମାନସିକ ଶାନ୍ତି ହରାଇ କ୍ରମଶଃ ଆତ୍ମହତ୍ୟା ପରି ଜୀବନର ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବାରେ ଲାଗିଛି। ମାନସିକ ବିଶେଷଜ୍ଞମାନେ ମତ ଦିଅନ୍ତି ଯେ ଆତ୍ମହତ୍ୟା ମାନସିକ ଅବସାଦର ଶେଷ ପରିଣତି। ୨୦୨୦ର ତଥ୍ୟ ଅନୁସାରେ ହାରାହାରି ଦେଶରେ ପ୍ରତ୍ୟେକ ବର୍ଷ ଏକ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି। ୨୦୧୯ରେ ୧୩୯୧୨୩ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ୧୫୦୦୫୨ ଜଣ ଆତ୍ମହତ୍ୟା କରିଥଲେ। ଭାରତରେ ପ୍ରତିଦିନ ପ୍ରାୟ ୪୧୯ ଜଣ ଲୋକ ଆତ୍ମହତ୍ୟା କରନ୍ତି। ଦେଶରେ ଆତ୍ମହତ୍ୟାର ହାର ୧୧.୩ ଶତାଂଶ ଥିବା ବେଳେ ହତ୍ୟା ହାର ମାତ୍ର ୨.୨ ଶତାଂଶ ରହିଛି। ଅର୍ଥାତ୍‌ ହତ୍ୟାରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ଆତ୍ମହତ୍ୟା ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟାଠାରୁ ଢେର ଅଧିକ।

Suicide

୨୦୧୯ ତୁଳନାରେ ଆତ୍ମହତ୍ୟା ହାର ( ପ୍ରତି ଏକ ଲକ୍ଷ ଲୋକ ରେ ଆତ୍ମହତ୍ୟା ଘଟଣା)ରେ ଦଶ ଶତାଂଶ ବୃଦ୍ଧି ହୋଇଛି। ଭାରତରେ ମହାରାଷ୍ଟ୍ର (୧୩%), ତାମିଲନାଡୁ(୧୧%), ପଶ୍ଚିମବଙ୍ଗ(୯.୫%), ମଧ୍ୟପ୍ରଦେଶ(୮.୬%) ଓ କର୍ଣ୍ଣାଟକ(୮%) ରେ ଆତ୍ମହତ୍ୟା ହାର ଅଧିକ ରହିଛି। ଓଡ଼ିଶାରେ ଆତ୍ମହତ୍ୟା ହାର ୩.୬% ରହିଛି।୨୦୨୦ ରେ ଓଡ଼ିଶାରେ ୫୫୪୬ଟି ଆତ୍ମହତ୍ୟା ଘଟଣା ପିକୃତ ହୋଇଥିଲା। କେନ୍ଦ୍ର ଶାସିତ ଅଞ୍ଚଳରେ ଭାରତର ରାଜଧାନୀ ଦିଲ୍ଲୀରେ ସର୍ବାଧିକ ୩୧୪୨ଟି ଆତ୍ମହତ୍ୟା ଘଟଣା ପିକୃତ (ଦରଜ) ହୋଇଛି। ଉତ୍ତର ଭାରତ ଅପେକ୍ଷା ଦକ୍ଷିଣ ଭାରତରେ ଆତ୍ମହତ୍ୟା ହାର ଅଧିକ ରହିଛି।

ଅଠର ବର୍ଷରୁ କମ ନାବାଳିକାମାନେ ଅଧିକ ଆତ୍ମହତ୍ୟା କରନ୍ତି। ବିବରଣୀ ଅନୁସାରେ ଏହି ବର୍ଗରେ ୨୦୨୦ରେ ୫୩୯୨ ନାବାଳକ ଆତ୍ମହତ୍ୟା କରିଥିବାବେଳେ ୬୦୦୪ ନାବାଳିକା ଆତ୍ମହତ୍ୟା କରିଥିଲେ। ସେହିପରି ୧୮ରୁ ୩୦ ବର୍ଷ ମଧ୍ୟରେ ୩୪୬୨୯ ଯୁବକ ଆତ୍ମହତ୍ୟା କରିଥିବାବେଳେ ୧୮୦୭୩ ଯୁବତୀଙ୍କ ସଂଖ୍ୟା । ଯଦି ଆତ୍ମହତ୍ୟାର କାରଣକୁ ଅନୁଧ୍ୟାନ କରାଯାଏ ତେବେ ସର୍ବାଧିକ ଲୋକ ପାରିବାରିକ ସମସ୍ୟା ହେତୁ ଆତ୍ମହତ୍ୟା କରୁଛନ୍ତି ବୋଲି ପ୍ରମାଣିତ ହୋଇଛି। ମୋଟ୍ ପଞ୍ଜିକୃତ ହୋଇଥିବା ଆତ୍ମହତ୍ୟା ଘଟଣାର ୩୩.୬ ଶତାଂଶ କେବଳ ପାରିବାରିକ ହିଂସା ଓ କନ୍ଦଳ ହେତୁ ଘଟୁଛି। ବିଭିନ୍ନ ପ୍ରକାରର ବ୍ୟାଧିର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ୧୮ ଶତାଂଶ ଆତ୍ମହତ୍ୟା ଘଟୁଛି ।

Suicide

ଆତ୍ମହତ୍ୟାର କାରଣ

ପାରିବାରିକ ସମସ୍ୟା

ଯଦି ଆତ୍ମହତ୍ୟାର କାରଣକୁ ଅନୁଧ୍ୟାନ କରାଯାଏ, ତେବେ ସର୍ବାଧିକ ଲୋକ ପାରିବାରିକ ସମସ୍ୟା ହେତୁ ଆତହତ୍ୟା କରୁଛନ୍ତି ବୋଲି ପ୍ରମାଣିତ ହୋଇଛି। ମୋଟ୍‍ ପଞ୍ଜିକୃତ ହୋଇଥିବା ଆତ୍ମହତ୍ୟା ଘଟଣାର ୩୩.୬ ଶତାଂଶ କେବଳ ପାରିବାରିକ ହିଂସା ଓ କନ୍ଦଳ ହେତୁ ଘଟୁଛି। ବିଭିନ୍ନ ପ୍ରକାରର ବ୍ୟାଧିର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ୧୮ ଶତାଂଶ ଆତ୍ମହତ୍ୟା ଘଟୁଛି।

ନିଶା ଦ୍ରବ୍ୟ

ସେହିପରି ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟରେ ଆସକ୍ତ ହୋଇ ୬%, ବୈବାହିକ ଜୀବନରେ ସମସ୍ୟା ହେତୁ ୫%, ପ୍ରେମ ରେ ବିଫଳତା ହେତୁ ୪.୪ %, ଋଣ ସମସ୍ୟା ହେତୁ ୩.୪ %, ବେକାରୀ ହେତୁ ୨.୩%, ପରୀକ୍ଷାରେ ଅକୃତକାର୍ଯ୍ୟ ହେତୁ ୧.୪%, ବୃତ୍ତିଗତ ସମସ୍ୟା ହେତୁ ୧.୨% ଓ ଦାରିଦ୍ର୍ୟର କଷ୍ଟରେ ୧.୨% ଆତ୍ମହତ୍ୟା ଘଟିଥାଏ।

ବୃତ୍ତିଗତ କାରଣ

ବୃତ୍ତି ଓ ଆତ୍ମହତ୍ୟା ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାର ପ୍ରମାଣ ମିଳିଛି। ଆୟର ସ୍ରୋତ ଯେତେ ପ୍ରଭାବିତ ହୁଏ ଆତ୍ମହତ୍ୟା ଘଟଣା ମଧ୍ୟ ବୃଦ୍ଧି ହୁଏ। ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରୁଥିଲେ ମଧ୍ୟ ତୃଣମୂଳ ସ୍ତରରେ ଏହାର ଲାଭ ଦେଖିବା ସମ୍ଭବ ହେଉନାହିଁ। ସର୍ବାଧିକ ଦିନ ମଜୁରିଆମାନଙ୍କ ମଧ୍ୟରୁ ୨୪.୬% ଆତ୍ମହତ୍ୟା କରୁଥିବା ବେଳେ ଗୃହିଣୀମାନଙ୍କ କ୍ଷେତ୍ରରେ ଏହା ୧୪.୬% ରହିଛି। ସ୍ୱରୋଜଗାରୀ ମାନଙ୍କ ମଧ୍ୟରେ ଏହା ୧୧.୩% ଥିବାବେଳେ ସମ୍ପୂର୍ଣ୍ଣ ଭାବରେ ବେକାରୀମାନଙ୍କ କ୍ଷେତ୍ରରେ ଏହା ୧୦.୨% ରହିଛି। ନିୟମିତ ଭାବରେ ଦରମା ପାଉଥିବା ଲୋକମାନଙ୍କ ମଧ୍ୟରେ ୯.୭% ଥିବାବେଳେ ୮.୨% ଛାତ୍ର ଓ ଛାତ୍ରୀ ଆତ୍ମହତ୍ୟା କରିଥିଲେ। କୃଷି କ୍ଷେତ୍ରରେ ନିୟୋଜିତ ଥିବା ୭% ଶ୍ରମିକ ଆତ୍ମହତ୍ୟା କରିଥଲେ। ୨୨ ଜଣ କିନ୍ନର ମଧ୍ୟ ଆତ୍ମହତ୍ୟା କରିଥିଲେ। ଏଥିସହିତ କରୋନା ମହାମାରୀ ମଧ୍ୟ ଆତ୍ମହତ୍ୟା ସମସ୍ୟାକୁ ଅଧିକ ଜଟିଳ କରିଛି।

ନିରାକରଣ ଓ ଚିକିତ୍ସା

କୌଣସି ପ୍ରକାରର ମାନସିକ ବ୍ୟାଧିକୁ ଭୂତ ପିଶାଚମାନଙ୍କ ଆକ୍ରମଣ, ବଂଶଗତ ଇତ୍ୟାଦିର ଆଖ୍ୟା ଦେଇ ତାକୁ ଅବହେଳା ନକରି ଉଚିତ୍ ନିରାକରଣ ଓ ଚିକିତ୍ସା କରାଯାଇ ପାରିଲେ ଭାରତରେ ଆତ୍ମହତ୍ୟା ହାର ନିଶ୍ଚିତ ଭାବରେ ହ୍ରାସ ପାଇବ। ସେହିପରି ଦାରିଦ୍ର୍ୟ, ବେକାରୀ ଦୂରୀକରଣ ସହିତ ଶିକ୍ଷା, ଖାଦ୍ୟ ସୁରକ୍ଷା ଯୋଜନା, ପରିବାରରେ ସୌହାର୍ଦ୍ୟପୂର୍ଣ୍ଣ ପରିବେଶକୁ ବଜାୟ ରଖିବା ପାଇଁ ପରାମର୍ଶ ଓ ସଚେତନତାମୂଳକ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି ।

Suicide

ନିକଟରେ ଓଡିଶା ଆତ୍ମହତ୍ୟାର ଚିତ୍ର

ଗତମାସ ୧୯ ତାରିଖରେ ଟିଭି ଅଭିନେତ୍ରୀ ରଶ୍ମୀରେଖା ଓଝା ଆତ୍ମହତ୍ୟା କରିଥିଲେ । ଓଲିଉଡ ଖଳନାୟକ ରାଇମୋହନ ପରିଡା ମଧ୍ୟ ଗତ ୨୪ ତାରିଖରେ ଆତ୍ମହତ୍ୟା କରିଛନ୍ତି । ୨୭ ତାରିଖରେ ଭୁବନେଶ୍ୱର ଏମ୍ସ ନିକଟ କାଜୁ ଜଙ୍ଗଲରେ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ । ଇନଫୋଭ୍ୟାଲି ଥାନା ଗୋପାଳପୁରରେ ରାଣୀ ବେହେରା ଆତ୍ମହତ୍ୟା କରିଥିଲେ ।

ସେହିପରି ଭରତପୁରରେ ପ୍ରେମ ସଂପର୍କକୁ ନେଇ ଓ ନୂଆପଲ୍ଲୀରେ ରୁଣ ଭାରରୁ ଆତ୍ମହତ୍ୟା କରିଥିଲେ । ଭୁବନେଶ୍ୱର ମଂଚେଶ୍ୱରରେ ୨ ଜଣ ପିଜି ଛାତ୍ର ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏବେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ରାଗିଂରୁ ଆତ୍ମହତ୍ୟା କରିଥିବା ଖବର ଚର୍ଚ୍ଚାରେ ରହିଛି । ପୁଣି ଆଚାର୍ଯୟବିହାରରେ ଏମସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଆଲୋଡନ ସୃଷ୍ଟି କରିଛି ।

ପୁରୁଷ ବେଶି ଆତ୍ମହତ୍ୟା କରୁଛନ୍ତି

ଗତ ୫ ବର୍ଷର ହିସାବ ଅନୁସାରେ ୧ ହଜାର ୧୭୧ ଜଣ ପୁରୁଷ ଆତ୍ମହତ୍ୟା କରିଛନ୍ତି । ଚଳିତବର୍ଷ ୭ ମାସ ଭିତରେ ଆତ୍ମହତ୍ୟା ସଂଖ୍ୟା ୩ ଅଙ୍କ ଛୁଇଁ ସାରିଲାଣି । ଗତବର୍ଷ ରାଜଧାନୀ ଭୁବନେଶ୍ୱରରେ ୨୭୭ ଜଣ ଆତ୍ମହତ୍ୟା କରିଥିଲେ । ସେମାନଙ୍କ ଭିତରେ କେବଳ ପୁରୁଷ ରହିଥିଲେ ୧୯୦ ଜଣ । ଅର୍ଥାତ ପ୍ରାୟ ୬୮ ପ୍ରତିଶତ ପୁରୁଷ ଆତ୍ମହତ୍ୟା କରିଥିଲେ ।

ସରକାରୀ ତଥ୍ୟ

ରାଜ୍ୟରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଛଅ ବର୍ଷ ମଧ୍ୟରେ ଏମାନଙ୍କ ସଂଖ୍ୟା ପ୍ରାୟ ଦୁଇ ହଜାର ବଢିଛି ।
ସରକାରୀ ସୂଚନା ଅନୁଯାୟୀ ୨୦୧୬ରେ ରାଜ୍ୟୋର ୩୮୮୪ଜଣ ବ୍ୟକ୍ତି ଆତ୍ମହତ୍ୟା କରିଥିବାବେଳେ ୨୦୨୧ରେ ଏମାନଙ୍କ ସଂଖ୍ୟା ୫୬୪୯ରେ ପହଞ୍ଚିଛି । ପ୍ରତିବର୍ଷ ରାଜ୍ୟରେ ଆତ୍ମହତ୍ୟା ସଂଖ୍ୟା ବଢି ଚାଲିଛି ।

ତେବେ ୨୦୨୧ରେ ଯେତେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି ସେମାନଙ୍କ ମଧ୍ୟରୁ ସର୍ବାଧିକ କଟକରେ ପରିଲକ୍ଷିତ ହୋଇଛି । ଏଠାରେ ପାଖପାଖି ହଜାରେ ଜଣ ଆତ୍ମହତ୍ୟା କରିଥିବା ରିପୋର୍ଟ ହୋଇଥିବାବେଳେ ମୟୁରଭଞ୍ଜ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ଯାଜପୁର, ବ୍ରହ୍ମପୁର, କୋରାପୁଟ, କେନ୍ଦୁଝର, ନବରଙ୍ଗପୁର ଆଦି ସ୍ଥାନରେ ବି ଆତ୍ମହତ୍ୟାର ସଂଖ୍ୟା ତିନି ଅଙ୍କରେ ରହିଛି ।

ତେବେ ରାଜ୍ୟରେ ଆତ୍ମହତ୍ୟା କ୍ଷେତ୍ରରେ ସମ୍ବଲପୁର ଦ୍ୱିତୀୟ ସ୍ଥାନରେ ରହିଛି । ଗତବର୍ଷ ଏଠାରେ ୫୯୦ଜଣ ଆତ୍ମହତ୍ୟା କରିଥିବା ରେକର୍ଡ ହୋଇଛି । ଏହା ପଛକୁ ବ୍ରହ୍ମପୁରରେ ୩୧୭ଜଣ ଆତ୍ମହତ୍ୟା କରିଥିବାବେଳେ ମୟୁରଭଞ୍ଜରେ ଏହି ସଂଖ୍ୟା ୨୮୦ ରହିଛି । କେନ୍ଦୁଝର ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଆତ୍ମହତ୍ୟା ସଂଖ୍ୟା ୨୪୭ ରେକର୍ଡ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+