ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି, ଜାଣନ୍ତୁ କାହିଁକି ?
ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା। ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ। ବୁଧବାର ସର୍ବସାଧାରଣ ଦର୍ଶନ ଚାଲୁଥିବା ସମୟରେ ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ଅବକାଶ ପୂଜା ଶେଷ ହେବା ପରେ ଠାକୁରଙ୍କ ବଡ଼ ମହାସ୍ନାନ ନୀତି ହୋଇଛି।
ବଡ଼ ମହାସ୍ନାନ ଯୋଗୁ ଏବେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ବଡ଼ ମହାସ୍ନାନ ନୀତି ସରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଚାଲୁ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।













Click it and Unblock the Notifications