ପଣା ସଂକ୍ରାନ୍ତିରେ କାହିଁକି ପାଳନ ହୁଏ ଓଡିଆ ନବବର୍ଷ ? ଚାଲନ୍ତୁ ଜାଣିବା

କାଲି ମହାବିଷୁବ ସଂକ୍ରାନ୍ତି । ଆଜିର ଦିନକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। କେହି କେହି ଏହାକୁ ଜଳ ସଂକ୍ରାନ୍ତି ଏବଂ ଠେକି ବସା ସଂକ୍ରାନ୍ତି ମଧ୍ୟ କୁହନ୍ତି। ସବୁଠାରୁ ଖାସ କଥା ହେଉଛି ପଣା ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। କିନ୍ତୁ କଣ ଆପଣ କେବେ ଜାଣିଛନ୍ତି ଏହି ଦିନରୁ କାହିଁକି ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ ଏବଂ ଏହି ପବିତ୍ର ଦିନଟିକୁ ଲୋକେ କେମିତି ପାଳନ କରନ୍ତି। ତାହେଲେ ଆସନ୍ତୁ ଜାଣିବା ଏହି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିର ବିଶେଷତ୍ବ ବିଷୟରେ।

Pana Sankranti

ଓଡ଼ିଆ ପାଞ୍ଜିର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ। ଏହି ଦିନଟିକୁ ଓଡ଼ିଆ ନୂଆବର୍ଷ ଭାବେ ପାଳନ କରାଯାଏ। ଏହି ଦିନରେ ବର୍ଷର ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କ ଠାରେ ସ୍ୱତନ୍ତ୍ର ଭାବରେ ପୂଜା ଅର୍ଚ୍ଚନା, ଭୋଗ, ହୋମ ଆଦି କରାଯାଏ। ଏହି ଦିନ ଠାରୁ ବସନ୍ତ ଋତୁର ଶେଷ ହୋଇ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ। ପାର୍ବଣ ଥିବାରୁ ଏହି ଦିନଟି ସମସ୍ତଙ୍କ ପାଇଁ ବହୁତ ଖାସ ହୋଇଥାଏ।

ମହାବିଷୁବ ସଂକ୍ରାନ୍ତିରେ ବିଭିନ୍ନ ଦେବଦେବୀ ମନ୍ଦିରରେ ବେଲ ପଣା ଭୋଗ ଦିଆଯାଏ। ତେଣୁ ଏହି ଦିନକୁ ପଣା ସଂକ୍ରାନ୍ତି କୁହାଯାଏ। ଏହାସହିତ ଓଡିଆମାନେ ଘରେ ବେଲରେ ପଣା ପ୍ରସ୍ତୁତ କରି ପରିବାର, ସାହିପଡ଼ିଶା, ବନ୍ଧୁ ପରିଜନ ଏବଂ ବ୍ରାହ୍ମଣ ମାନଙ୍କୁ ଦିଆଯାଏ। ଲୋକେ ପଣାକୁ ଅଧିକ ସ୍ଵାଦଯୁକ୍ତ କରିବା ପାଇଁ ଏଥିରେ ବେଲ ସହିତ ଦହି, ଛେନା, ଗୁଡ଼, ଚିନି, କାଜୁ, କିସମିଶ, କଦଳୀ, ନଡ଼ିଆ ଏବଂ ଥଣ୍ଡା ବା ବରଫ ପାଣି ମିସାଇଥାନ୍ତି।

ଏହାସହିତ ଏହି ଦିନ ଠାରୁ ଅର୍ଥାତ ପଣାସଂକ୍ରାନ୍ତି ଠାରୁ ପଥିକ ମାନଙ୍କର ତୃଷ୍ଣା ବା ଶୋଷ ନିବାରଣ ପାଇଁ ଜଳଛତ୍ର ଖୋଲାଯାଏ। ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି ।

ଏହି ଦିନ ଏକ ଛୋଟ ମାଠିଆରେ ରଖି ତୁଳସୀ ଚଉଁରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପଣା ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ । ଦହି, ଛେନା, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+