ଏଥର ଓଡିଶାକୁ କାହିଁକି ନାହିଁ ବାତ୍ୟା ବିପଦ ? କାରଣ କହିଲେ ଆଇଏମଡି ଡିଜି

ଓଡିଶାକୁ ନାହିଁ ବାତ୍ୟା ବିପଦ । ସ୍ପଷ୍ଟ କଲେ ଭାରତୀୟ ପାଣିପାଗ ସଂସ୍ଥାର ମହାନିର୍ଦ୍ଦେଶକ (ଆଇଏମଡି ଡିଜି) ମୃତ୍ୟୁଞ୍ଜୟ ମହାପାତ୍ର ।

ଭୁବନେଶ୍ୱର: ଓଡିଶାକୁ ନାହିଁ ବାତ୍ୟା ବିପଦ । ସ୍ପଷ୍ଟ କଲେ ଭାରତୀୟ ପାଣିପାଗ ସଂସ୍ଥାର ମହାନିର୍ଦ୍ଦେଶକ (ଆଇଏମଡି ଡିଜି) ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ବାତ୍ୟାର ୭ ଦିନ ପୂର୍ବରୁ ହେଉଥିବା ପୂର୍ବାନୁମାନ ସବୁଠୁ ଅଧିକ ବିଶ୍ୱାସଯୋଗ୍ୟ । ଆସନ୍ତା ୭ ଦିନ ମଧ୍ୟରେ ବଙ୍ଗୋପସାଗରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ । ତେଣୁ ଓଡ଼ିଶା ପାଇଁ ବାତ୍ୟାର କୌଣସି ଭୟ ନାହିଁ ।

Cyclone

ବଙ୍ଗୋପସାଗରରେ କାଲି ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପଶ୍ଟିମ- ଉତ୍ତର- ପଶ୍ଚିମ ଦିଗରେ ଘୂର୍ଣ୍ଣିବଳ ଗତିକରୁଛି । ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଉତ୍ତର ତାମିଲନାଡ଼ୁ ଅଭିମୁଖେ ଗତି କରୁଛି । ୧୭/୧୮ ତାରିଖରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା କୌଣସି ବାତ୍ୟାର ରୂପ ନେବ ନାହିଁ । ୭/୮ ଦିନ ପରେ କଣ ହେବ ବର୍ତ୍ତମାନ କହିବା ସମ୍ଭବ ନୁହେଁ । ବାତ୍ଯା ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଛି ତାକୁ ବିଶ୍ବାସ କରନ୍ତୁ ନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଗୋଟିଏ ମଡେଲକୁ ଆଧାର କରି ବାତ୍ୟାର ପୂର୍ବାନୁମାନ କରିବା ସମ୍ଭବପର ନୁହେଁ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ମଡେଲକୁ ପର୍ଯ୍ୟବେକ୍ଷଣ କରି ତାହାକୁ ଅନୁଶୀଳିନ କରାଯାଏ । ଏଥିସହ ବୈଜ୍ଞାନିକ ଜ୍ଞାନକୌଶଳ, ମାନବ ସମ୍ବଳକୁ ବ୍ୟବହାର କରି କୌଣସି ସୂଚନା ଦିଆଯାଇଥାଏ । ତେଣୁ ଏହି ସଂସ୍ଥା ଅଧିକ ଭରସାଯୋଗ୍ୟ । ଭାରତୀୟ ପାଣିପାଗ ବିଭାଗର ଆକଳନର ସଠିକତା ଆମେରିକା, ଅଷ୍ଟ୍ରେଲିଆ, ଜାପାନ ପରି ବିକଶିତ ଦେଶର ପୂର୍ବାନୁମାନ ତୁଳନାରେ ବେଶ୍‌ ଭଲ, ସଠିକ ଓ ଭରସାଯୋଗ୍ୟ। ତେଣୁ କୌଣସି ବ୍ୟକ୍ତିବିଶେଷ, ଅନୁଷ୍ଠାନ କିମ୍ବା ମଡେଲର ପୂର୍ବାନୁମାନକୁ ଭରସା କରନ୍ତୁ ନାହିଁ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ବିଶ୍ୱାସ କରନ୍ତୁ ବୋଲି କହିଛନ୍ତି IMD ଡିଜି ।

ଏଠାରେ ଉଲ୍ଲେଖ କରିବା ପ୍ରଯୁଜ୍ୟ ଯେ 2013 ଠାରୁ 45 କିଲୋମିଟର ସୀମା ମଧ୍ୟରେ IMD ସମସ୍ତ ବାତ୍ୟାକୁ ସଠିକ୍ ଭାବରେ ପୂର୍ବାନୁମାନ କରିଛି ।

ସୂଚନାଥାଉକି, ରାଜ୍ୟରେ ଅକ୍ଟୋବର ତୃତୀୟ ସପ୍ତାହ ବେଳକୁ ବାତ୍ୟା 'ସିତରଙ୍ଗ' ଆସୁଥିବା ନେଇ ଅନୁମାନ କରାଯାଇଥିଲା । କୁହାଯାଉଥିଲା ଯେ, ଏହା ଦୃଢ଼ୀଭୂତ ହୋଇ ଅତି ଭୀଷଣ ରୂପ ନେବ । ୨୧ ରୁ ୨୨ ତାରିଖ ମଧ୍ୟରେ ପାରାଦୀପରୁ ବାଲେଶ୍ୱର ଭିତରେ ମାଡ଼ ହେଇପାରେ । ଆନ୍ତର୍ଜାତିକ ପାଣିପାଗ ସଂସ୍ଥା ଟ୍ରପିକାଲ୍‌ ଟିଡ୍‌ବିଟ୍ସର ପୂର୍ବାନୁମାନ ଚିତ୍ରରେ ଏଭଳି ଆକଳନ କରାଯାଇଥିଲା ।

ଏହି ଘୂର୍ଣ୍ଣିବଳୟ ଆନ୍ଧ୍ରପ୍ରଦେଶ ଏବଂ ବାଂଲାଦେଶ ମଧ୍ୟରେ ଯେକୈଣସି ସ୍ଥାନରେ ଅବତରଣ କରିପାରେ ବୋଲି ଉକ୍ତ ସଂସ୍ଥା କହିଥିଲା । ଏପରି ଏହା ସୁପରସାଇକ୍ଲୋନ ଅର୍ଥାତ ମହାବାତ୍ୟାର ରୂପ ନେଇ ପାରେ ବୋଲି ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । ସେହିପରି ପବନର ବେଗ ବାତ୍ୟା ଆମ୍ଫାନ୍ ସହିତ ସମାନ ହୋଇପାରେ ବୋଲି ଉକ୍ତ ସଂସ୍ଥା କହିଥିଲା ।

ସେହିପରି ଆଜି ସକାଳେ ବାତ୍ୟା ସମ୍ବନ୍ଧରେ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନଥିବା ନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଟ୍ବିଟ ଯୋଗେ ସୂଚନା ଦେଇଛି । ପାଣିପାଗ ବିଭାଗ କହିଛି," ବାତ୍ୟା ସମ୍ବନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ । ଆହୁରି ମଧ୍ୟ କୌଣସି ପାଣିପାଗ ଘଟଣା ସମ୍ବନ୍ଧରେ ୭ ଦିନ ପୂର୍ବରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ବାତ୍ୟା ନେଇ ଭାରତ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଜାରି ହୋଇନାହିଁ । ତେଣୁ ଗୁଜବ ଠାରୁ ଦୂରେଇ ରୁହନ୍ତୁ ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+