କାହିଁକି ଭଗବାନ ଗଣେଶଙ୍କର ମୂଷା ହେଲା ବାହନ ? ଜାଣନ୍ତୁ ପୌରାଣିକ ତତ୍ତ୍ଵ
ବିଦ୍ୟା ଏବଂ ବୁଦ୍ଧିର ଅଧିଷ୍ଟ୍ରାତା ଦେବତା ହେଉଛନ୍ତି ପ୍ରଭୁ ଗଜାନନ । ବୁଦ୍ଧିଦାତା ଗଣେଶ ସବୁ ସମସ୍ୟାର ସମାଧାନ କରିବା ସହ ନିଷ୍କର୍ଷରେ ପହଞ୍ଚିବାର ଉପାୟ ଦେଖାଇଥାନ୍ତି । ବିଶାଳକାୟ ରୂପ ଧାରଣ କରିଥିବା ଗଣେଶଙ୍କ ବାହନ ବହୁତ ଛୋଟ । ଏନେଇ ନିଶ୍ଚିତ ଆପଣମାନଙ୍କ ମନରେ ପ୍ରଶ୍ନ ଆସିଥିବ ଭଗବାନ ଗଣେଶଙ୍କ ବାହନ ମୂଷା କାହିଁକି? କ'ଣ ପାଇଁ ପ୍ରଭୁ ମୂଷାକୁ ନିଜବାହନ ବୋଲି ବାଛିଛନ୍ତି । ତେବେ ଆସନ୍ତୁ ଜାଣିବା କ'ଣ ରହିଛି ଏହା ପଛର ରହସ୍ୟ ।

ବାସ୍ତବରେ ଗଣେଶଙ୍କ ବାହନକୁ ନେଇ ୨ଟି ପ୍ରାଚୀନ କଥା ପ୍ରଚଳିତ ରହିଛି । ଉଲ୍ଲେଖ ଅନୁଯାୟୀ ଗଜାମୁଖାସୁର ନାମକ ଦାନବ ନିଜ ବାହୁ ବଳରେ ଦେବତାମାନଙ୍କୁ ଖୁବ୍ ହଇରାଣ କରୁଥିଲା । ଏନେଇ ସମସ୍ତ ଦେବତାଗଣ ଏକତ୍ରିତ ହୋଇ ଗଣେଶଙ୍କ ପାଖରେ ପହଞ୍ଚିଥିଲେ । ଏହାଦେଖି ପ୍ରଭୁ ଗଣେଶ ଗଜାମୁଖାସୁର କବଳରୁ ମୁକ୍ତି ଦେବା ପାଇଁ ଦେବତାଗଣଙ୍କୁ କଥା ଦେଇଥିଲେ । ଏହାପରେ ଗଣେଶ ଏବଂ ଗଜାମୁଖାସୁର ଦାନବଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ଗଣେଶଙ୍କର ଏକ ଦାନ୍ତ ଭାଙ୍ଗିଯାଇଥିଲା । ଏହାଦେଖି ଶ୍ରୀଗଣେଶ କ୍ରୋଧିତ ହୋଇ ଭାଙ୍ଗିଯାଇଥିବା ଦାନ୍ତରେ ଗଜାମୁଖାସୁର ଉପରକୁ ଏପରି ଆକ୍ରମଣ କରିଥିଲେ ଯେ, ଦାନବ ଗଜାମୁଖାସୁର ଡରିଯାଇ ମୂଷା ରୂପ ଧାରଣ କରି ପଳାୟନ କରିଥିଲେ । କିନ୍ତୁ ପ୍ରଭୁ ଗଣେଶ ଧରି ଦେଇଥିଲେ । ଏହାପରେ ମୃତ୍ୟୁ ଭୟରେ ଦାନବ ଗଜାମୁଖାସୁର କ୍ଷମା ମାଗିଥିଲେ । ଏହାପରେ ଶ୍ରୀଗଣେଶ ମୂଷା ରୂପରେ ଦାନବ ଗଜାମୁଖାସୁରକୁ ନିଜ ବାହନ କରିଥିଲେ ।
ଅନ୍ୟ ଏକ ପ୍ରଚଳିତ କଥା ଅନୁଯାୟୀ ରାଜା ଇନ୍ଦ୍ରଙ୍କ ଦରବାରରେ କ୍ରୋଞ୍ଚ ନାମକ ଜଣେ ଗନ୍ଧର୍ବ ଥିଲେ । ଥରେ ରାଜା ଇନ୍ଦ୍ର ଏକ ଗମ୍ଭୀର ବିଷୟରେ ଆଲୋଚନା କରୁଥିବା ବେଳେ କ୍ରୋଞ୍ଚ ଙ୍କର ସେଥିପ୍ରତି ଧ୍ୟାନ ନଥିଲା । ସେ ଅପ୍ସରାମାନଙ୍କସହ ବ୍ୟସ୍ତ ଥିଲେ । ଏହା ଦେଖି ଇନ୍ଦ୍ର ରାଗିଯାଇ ତାଙ୍କୁ ମୂଷା ହେବାର ଅଭିଶାପ ଦେଇଥିଲେ । ଏହାପରେ କ୍ରୋଞ୍ଚ ଏକ ବଳବାନ ମୂଷା ରୂପ ଧାରଣ କରି ପରାଶର ଋଷିଙ୍କ ଆଶ୍ରମକୁ ଆସିଥଲେ । ସେଠାରେ ସେ ଭୟଙ୍କର ଉତ୍ପାତ କରିବା ସହ ଆଶ୍ରମର ସମସ୍ତ ପାତ୍ର ଭାଙ୍ଗି ଅନ୍ନ ସମାପ୍ତ କରିଦେଇଥିଲେ । ଏହାଦେଖି ପରାଶର ଋଷି ଅତ୍ୟନ୍ତ ଦୁଃଖୀ ହେବା ସହ ପ୍ରଭୁ ଗଣେଶଙ୍କ ନିକଟକୁ ଯାଇଥିଲେ ।
ଏହାଶୁଣି ପ୍ରଭୁ ଗଣେଶ ମୂଷାକୁ ନିଜ ବାହାନ କରିବା ପାଇଁ ପରାଶର ଋଷିଙ୍କୁ କଥା ଦେଇଥିଲେ । ପରେ ଗଣେଶ ମୂଷାକୁ ଧରିବା ପାଇଁ ଏକ ଫାଶ ପକାଇଥିଲେ । ଏହି ଫାଶରେ ମୂଷାଟି ଧରା ପଡିବା ପରେ ଚେତା ହରାଇ ଦେଇଥିଲା । ଚେତା ଫେରିବା ପରେ ମୂଷାଟି ପ୍ରଭୁ ଗଣେଶଙ୍କ ପୂଜା ଆରମ୍ଭ କରିବା ସହ ଜୀବନ ରକ୍ଷା କରିବା ପାଇଁ ଭିକ୍ଷା ମାଗିଥିଲା । ମୂଷକର ସ୍ତୁତିରେ ପ୍ରଭୁ ଗଜାନନ ପ୍ରସନ୍ନ ହୋଇ ବର ମାଗିବା ପାଇଁ କହିଥିଲେ । କିନ୍ତୁ ଏହାଶୁଣି ଅହଂକାରୀ ମୂଷକ, ମତେ ଆପଣଙ୍କ ଠାରୁ କିଛି ବର ମାଗିବାର ନାହିଁ ବୋଲି କହିଥିଲା, ଆପଣ ଚାହିଁଲେ ମୋ ଠାରୁ ବର ମାଗିପାରିବେ । ଏହାଶୁଣି ଗଣେଶ କହିଥିଲେ, ଯଦି ତୁମ ବଚନ ସତ୍ୟ ହୋଇଥାଏ ତେବେ ତୁମେ ମୋର ବାହନ ହୋଇଯାଅ । ଏହାଶୁଣି ମୂଷକ ତଥାସ୍ତୁ କହିବା ମାତ୍ରେ ହିଁ ପ୍ରଭୁ ଗଣେଶ ମୂଷକ ଉପରେ ବିରାଜମାନ କରିଥିଲେ । ଏହିଭଳି ଭାବେ ପ୍ରଭୁ ଗଣେଶ ମୂଷାର ଗର୍ବ ଭାଙ୍ଗି ନିଜର ବାହନ କରିଥିଲେ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications